Home ଓଡ଼ିଶା ଚାନ୍ଦପୁର ପୋଲିସ ଦ୍ୱାରା ୨ ଚୋରୀ ଅଭିଯୁକ୍ତ ଅଟକ ୮ ବାଇକ୍ ଜବତ

ଚାନ୍ଦପୁର ପୋଲିସ ଦ୍ୱାରା ୨ ଚୋରୀ ଅଭିଯୁକ୍ତ ଅଟକ ୮ ବାଇକ୍ ଜବତ

49

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୧୧- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳ ରେ ବାଇକ୍ ଚୋରୀ ବଢିବାରେ ଲାଗିଥିଲା । ଚୋରଙ୍କ ଉପରେ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ କଡା ନଜର ରଖିଥିଲେ । ସନ୍ଦେହ ରେ ୨ ଜଣ ବ୍ୟକ୍ତି ଙ୍କୁ ଧରି ଆଣି ଅଟକ ରଖି ପଚରା ଉଚରା କରିବା ପରେ ସେମାନେ ବାଇକ୍ ଚୋରୀ କରିଥିବା ଘଟଣା କୁ ସ୍ୱୀକାର କରିଥିଲେ । ସେମାନଙ୍କ ଦ୍ୱାରା ଚୋରୀ କରିଥିବା ବାଇକ୍‌  ବୋଲଗଡ ଓ ଖୋର୍ଦ୍ଧା ଅଂଚଳ ରେ ବିକ୍ରୟ କରିଥିବା କହିଥିଲେ ।

ପୋଲିସ ୨ ଅଭିଯୁକ୍ତ ଙ୍କୁ ସାଙ୍ଗରେ ନେଇ ୮ ଗୋଟି ଚୋରୀ ବାଇକ୍ କୁ ଉଦ୍ଧାର କରିଥିବା ଜଣାପଡିଛି । ପ୍ରକୃତ ବାଇକ୍ ମାଲିକ ଙ୍କୁ ସେମାନଙ୍କ ବାଇକ୍ ହସ୍ତାନ୍ତର କରିଥିବା ଜଣାପଡିଛି । ଆଉ ଅଧିକ ଚୋରୀ ବାଇକ୍ ଉଦ୍ଧାର କରିବା ପାଇଁ  ତଦନ୍ତ ଚାଲିଥିବା ବେଳେ ୨ ଅଟକ ଅଭିଯୁକ୍ତ ଙ୍କ ନାମ ପୋଲିସ ଗୋପନ ରଖିଛି । ଚୋରୀ ବାଇକ୍ ନକିଣିବା ଓ ବିନା କାଗଜ ପତ୍ର ରେ ବାଇକ୍ ବିକ୍ରୟ କରୁଥିବା ଘଟଣା ସର୍ମ୍ପକ ରେ ପୋଲିସ କୁ ଜଣାଇବା ପାଇଁ ପୋଲିସ ଜନସାଧାରଣ ଙ୍କୁ ନିବେଦନ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.