Home ଓଡ଼ିଶା ରଣପୁର ଥାନା କାଳିଆ ଷଣ୍ଢ  ଜଙ୍ଗଲ ରୁ ଅଧାପୋଡା ଗଳିତ ଶବ ଉଦ୍ଧାର : ହତ୍ୟା...

ରଣପୁର ଥାନା କାଳିଆ ଷଣ୍ଢ  ଜଙ୍ଗଲ ରୁ ଅଧାପୋଡା ଗଳିତ ଶବ ଉଦ୍ଧାର : ହତ୍ୟା ସନ୍ଧେହ

66

ନୟାଗଡ/୦୭/୧୧(ଓଡିଆପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି କାଳିଆ ଷଣ୍ଢ ନିକଟ ସାତଭାୟା ଜଙ୍ଗଲରୁ  ଏକ ଅଧାପୋଡା ଗଳିତ ଶବ ପଡିଥିବା ଦେଖିବାକୁ ମିିଳିଥିଲା  । ସ୍ଥାନୀୟ ଲୋକମାନେ ଯାତାୟତ ସମୟରେ ଅଧାପୋଡା ଗଳିତ ଶବ ଦେଖିଥିଲେ  । ଦର୍ପନାରାୟଣପୁର ଫାଣ୍ଡି ପୋଲିସ୍ ଶଷିକାନ୍ତ ଶତପଥି ବାବୁ ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳକୁ ଯାଇଥିଲେ  । ଘଟଣା ସ୍ଥଳରେ ଅଧାପୋଡା ଗଳିତ ଶବ ଦେଖିଥିଲେ  । ପାଖରେ ଏକ ମନିପର୍ସ ପଡିଥିବାର ଦେଖିଥିଲେ  । ମନିପର୍ସ ଭିତରେ କିଛି ଟଙ୍କା ସହ ଗୋଟିଏ ଭୋଟ ପରିଚୟ ପତ୍ର ପାଇଥିଲେ । ଭୋଟ ପରିଚୟ ପତ୍ର  ରୁ ଜାଣିବାକୁ ପାଇଲେ ଯେ ଯୁବକ ଜଣକ ଇଟାମାଟି ଥାନା ଭୁତୋଡିହ ଗ୍ରାମର ଅକ୍ରୁର ପ୍ରଧାନ ଙ୍କ ପୁଅ ବଳଭଦ୍ର ଭଳିଆଳସିଂହ ଏବଂ ଘଟଣା ସ୍ଥଳ ନିକଟରେ କିଛି ଶୁଖିଲା ରକ୍ତ ପଡିଥିବାର ଦେଖିବାକୁ ପାଇଥିଲେ  ।

ରଣପୁର ଥାନା ଇନିସ୍ପେକ୍ଟର  ଜ୍ୟୋତି ପ୍ରକାଶ ପଣ୍ଡା ହତ୍ୟା ସନ୍ଦେହ କରି ମିଳିଥିବା ଠିକଣା ଅନୁସାରେ ତାଙ୍କ ଘରକୁ ଯାଇ ତାଙ୍କ ଲୋକ ଙ୍କୁ ଆଣି ଶବ ଚିହ୍ନଟ କରାଇଥିଲେ । ମୃତକ ଯୁବକଙ୍କ  ସ୍ତ୍ରୀ  ଙ୍କୁ  ପଚରା ଉଚରା ଜାରିରହିଥିବା ସୂଚନା ମିଳିଛି । ପୋଲିସ୍ ଅଧିକା ତଦନ୍ତ ପାଇଁ ସାଇଁଟିଫିକ୍ ଟିମ୍‌  ଡକାଇଥିବା ଜଣାପିଛି । ଘଟଣାଟି ରଣପୁର ଅଂଚଳରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.