Home ଓଡ଼ିଶା ଗୁପ୍ ଚୁପ୍ ରେ ମିଶାଉଥିଲା ଟଏଲେଟ୍ ୱାଟର (ଶୌଚାଳୟ ପାଣି) – ତାହା ପରେ ଯାହା...

ଗୁପ୍ ଚୁପ୍ ରେ ମିଶାଉଥିଲା ଟଏଲେଟ୍ ୱାଟର (ଶୌଚାଳୟ ପାଣି) – ତାହା ପରେ ଯାହା ହେଲା, ପଢ଼ନ୍ତୁ

114

ନୂଆ ଦିଲ୍ଲୀ ନଭେମ୍ବର ୦୭ (ଓଡ଼ିଆ ପୁଅ) ଆମେମାନେ ପ୍ରାୟ ସମୟରେ ରାସ୍ତା କଡ଼ରେ ଗୁପ୍ ଚୁପ୍ ଦୋକାନରୁ ଗୁପ୍ ଚୁପ୍ ଖାଇଥାଉ। କେବେ ଭି ଏହା ମଧ୍ୟ ଚିନ୍ତା କରି ନଥାଉ କି ଗୁପ୍ ଚୁପ୍ (ପାଣି ପୁରୀ) ରେ ଯେଉଁ ପାଣି ବ୍ୟବହାର କରାଯାଉଛି। ତାହା କେତେ ଶୁଦ୍ଧ। କିନ୍ତୁ ଗୁପ୍ ଚୁପ୍ ବାଲାର ଯଦି ଖଟା ପାଣି କମ ପଡ଼େ ତେବେ ଯଦି ସେ ରାସ୍ତା କଡ଼ର ଯେ କୌଣସି ଟଏଲେଟର ପାଣି ବ୍ୟବହାର କରି ପୁଣି ଖଟାପାଣି ବନେଇ ଦେଉଥିବେ ତେବେ ତାହା ମଧ୍ୟ ଆଖିରେ ନ ଦେଖିଲେ ଜଣା ପଡ଼ିବ ନାହିଁ। ତେବେ ଏପରି ଏକ ଘଟଣା ଘଟିଛି କୋହ୍ଲାପୁରରେ। କୋଲହାପୁରର ଜଣେ ‘ପାନି ପୁରୀ’ ବିକ୍ରେତା ଗୁପ୍ ଚୁପ୍ ପାଣି ରେ ଶୌଚାଳୟର ପାଣି ମିଶାଉଥିବା ସମୟରେ ଧରା ପଡ଼ିଥିଲା। ତାହାପରେ କ’ଣ ହେଲା ପଢ଼ନ୍ତୁ।

ବିଶେଷ କରି କୋହ୍ଲାପୁରରେ ‘ପାଣି ପୁରୀ” ବା ଗୁପ୍ ଚୁପ୍ ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି। ରାଙ୍କାଲା ଲେକ୍ ନିକଟରେ ଏକ ପାଣିପୁରୀ କାର୍ଟର ନାମ ହେଉଛି ‘ମୁମ୍ବାଇ କେ ସ୍ପେଶାଲ୍ ପାନି ପୁରୀ ୱାଲା’। ଯେତେବେଳେ ଲୋକମାନେ ଏହି ପାଣିପୁରୀ ବାଲାର ଏକ ଭାଇରାଲ ଭିଡିଓ ବିଷୟରେ ଜାଣିବାକୁ ପାଇଲେ ଯେଉଁଥିରେ ସେ ଶୌଚାଳୟ ପାଣିରେ ଏକ କ୍ୟାନ୍ ଭରୁଥିବାର ସ୍ପଷ୍ଟ ଦେଖାଯାଉଥିଲା ଏବଂ ପରେ ଏହାକୁ ‘ପାନି ପୁରୀ’ ପାଣିରେ ମିଶାଇଥିବାର ଦେଖାଗଲା ଏହାପରେ ସେଠାରେ ଲୋକମାନେ ଉତ୍ତ୍ୟକ୍ତ ହୋଇ କାର୍ଟକୁ ନଷ୍ଟ କରିଦେଇଥିଲେ।

ସେଥିପାଇଁ ଧ୍ୟାନ ଦେବା ଉଚିତ୍ କି ଆପଣ ଯେଉଁ ରାସ୍ତାକଡ଼ ଖାଦ୍ୟ ଖାଉଛନ୍ତି ତାହା ସ୍ୱାସ୍ଥ୍ୟ ପ୍ରତି କେତେ ସ୍ୱାସ୍ଥ୍ୟକର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.