Home ଅନୁଗୁଳ ହିଙ୍ଗୁଳା ପାଠାଗାର ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

ହିଙ୍ଗୁଳା ପାଠାଗାର ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

59

ତାଳଚେର,୭/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ “ମା ହିଙ୍ଗୁଳା ପାଠାଗାର” ପକ୍ଷରୁ ସୋଲଡା ଗ୍ରାମର ଦୁଇଟି ଅଗ୍ନିବିପନ୍ନ ପରିବାରକୁୁ ସହାୟତା ପ୍ରଦାନ କରାଯାଇଛି । ପାଠାଗାରର ସଦସ୍ୟମାନେ ଅଗ୍ନିବିପନ୍ନ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସମସ୍ତ ଅଗ୍ନିବିପନ୍ନଙ୍କୁ ଅନୁଷ୍ଠାନ ପକ୍ଷରୁ ଶାଢୀ,ଲୁଙ୍ଗି,ଗାମୁଛା ତଥା ଚାଉଳ,ଡାଲି,ତେଲ,ଲୁଣ ଇତ୍ୟାଦି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ପାଠାଗାରର ସଭାପତି ହାଡିବନ୍ଧୁ ପ୍ରଧାନ,ସମ୍ପାଦକ ବିଭୁତି ଭୂଷଣ ସ୍ୱାଇଁ,କୋଷାଧ୍ୟକ୍ଷ ଦୟାନିଧି ସାହୁ,ଉପଦେଷ୍ଟା ପ୍ରଭାକର ପ୍ରଧାନ,କବିରାଜ ସାହୁ ପ୍ରମୁଖ ଏହି ରିଲିଫ୍ କାର୍ଯ୍ୟରେ ସହାୟତା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ସୋଲଡା ଗ୍ରାମର ଦୁଃଖୀ ବେହେରା,ସନ୍ତୋଷ ବେହେରାଙ୍କ ଘର ସହ ସମସ୍ତ ଆସବାବପତ୍ର ଜଳିପୋଡି ପାଉଁଶ ହୋଇ ଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.