ନୟାଗଡ/୦୭/୧୧(ଓଡିଆପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି କାଳିଆ ଷଣ୍ଢ ନିକଟ ସାତଭାୟା ଜଙ୍ଗଲରୁ ଏକ ଅଧାପୋଡା ଗଳିତ ଶବ ପଡିଥିବା ଦେଖିବାକୁ ମିିଳିଥିଲା । ସ୍ଥାନୀୟ ଲୋକମାନେ ଯାତାୟତ ସମୟରେ ଅଧାପୋଡା ଗଳିତ ଶବ ଦେଖିଥିଲେ । ଦର୍ପନାରାୟଣପୁର ଫାଣ୍ଡି ପୋଲିସ୍ ଶଷିକାନ୍ତ ଶତପଥି ବାବୁ ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳକୁ ଯାଇଥିଲେ । ଘଟଣା ସ୍ଥଳରେ ଅଧାପୋଡା ଗଳିତ ଶବ ଦେଖିଥିଲେ । ପାଖରେ ଏକ ମନିପର୍ସ ପଡିଥିବାର ଦେଖିଥିଲେ । ମନିପର୍ସ ଭିତରେ କିଛି ଟଙ୍କା ସହ ଗୋଟିଏ ଭୋଟ ପରିଚୟ ପତ୍ର ପାଇଥିଲେ । ଭୋଟ ପରିଚୟ ପତ୍ର ରୁ ଜାଣିବାକୁ ପାଇଲେ ଯେ ଯୁବକ ଜଣକ ଇଟାମାଟି ଥାନା ଭୁତୋଡିହ ଗ୍ରାମର ଅକ୍ରୁର ପ୍ରଧାନ ଙ୍କ ପୁଅ ବଳଭଦ୍ର ଭଳିଆଳସିଂହ ଏବଂ ଘଟଣା ସ୍ଥଳ ନିକଟରେ କିଛି ଶୁଖିଲା ରକ୍ତ ପଡିଥିବାର ଦେଖିବାକୁ ପାଇଥିଲେ ।
ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ହତ୍ୟା ସନ୍ଦେହ କରି ମିଳିଥିବା ଠିକଣା ଅନୁସାରେ ତାଙ୍କ ଘରକୁ ଯାଇ ତାଙ୍କ ଲୋକ ଙ୍କୁ ଆଣି ଶବ ଚିହ୍ନଟ କରାଇଥିଲେ । ମୃତକ ଯୁବକଙ୍କ ସ୍ତ୍ରୀ ଙ୍କୁ ପଚରା ଉଚରା ଜାରିରହିଥିବା ସୂଚନା ମିଳିଛି । ପୋଲିସ୍ ଅଧିକା ତଦନ୍ତ ପାଇଁ ସାଇଁଟିଫିକ୍ ଟିମ୍ ଡକାଇଥିବା ଜଣାପିଛି । ଘଟଣାଟି ରଣପୁର ଅଂଚଳରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି ।