ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୧୧- ଡାକସେବା କେନ୍ଦ୍ର ସରକାର ଙ୍କ ଅଧିନରେ ଥିବା ବେଳେ ଫେସ୍ବୁକ୍ , ହ୍ୱାଟସପ୍ , ଫୋନ୍ ପେ ଆଦି ହେବା ପରେ ଡାକସେବା ର ପ୍ରାଧାନ୍ୟ କମିଥିଲେ ମଧ୍ୟ ପୋଷ୍ଟାଲ ଅର୍ଡର ଆଦି ବହୁକ୍ଷେତ୍ର ରେ ଡାକସେବା ଜରୁରୀ ଆବଶ୍ୟକତା ରହିଛି । କିନ୍ତୁ ଅବ୍ୟବସ୍ଥା ଯୋଗୁଁ ଲୋକମାନେ ସୁବିଧା ରୁ ବଂଚିତ ହେଉଛନ୍ତି । ସେଭଳି ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଡାକସେବା କ୍ଷେତ୍ର ରେ ା
ରଣପୁର ଡାକଘରେ ଦୀର୍ଘ ୧୫ ଦିନ ହେଲା ୧୦ଟଙ୍କିଆ ଓ ୨୦ ଟଙ୍କିଆ ପୋଷ୍ଟାଲ ଅର୍ଡର ମିଳୁନାହିଁ । ଯାହାଫଳ ରେ ଲୋକମାନେ ସୂଚନା ପ୍ରାପ୍ତ ଠାରୁ ଆରମ୍ଭ କରି ଅନେକ କ୍ଷେତ୍ର ରେ ଅସୁବିଧା ଭୋଗ କରୁଛନ୍ତି । ଏ ସର୍ମ୍ପକେ ରଣପୁର ଡାକ ମାଷ୍ଟର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ୧୦ ଦିନ ହେଲା ୧୦ ଟଙ୍କିଆ ୨୦ ଟଙ୍କିଆ ପୋଷ୍ଟାଲ ଅର୍ଡର ମଗାଯାଇଛି ହେଲେ ଏ ଯାଏଁ ଆସିନାହିଁ ।