Home Top News କଟକରୁ ତିନି ଜଣ ବନ୍ଧୁକ ବେପାରୀ ଗିରଫ :୫ ପିସ୍ତଲ ଓ ୩୦ଗୁଳି ଜବତ

କଟକରୁ ତିନି ଜଣ ବନ୍ଧୁକ ବେପାରୀ ଗିରଫ :୫ ପିସ୍ତଲ ଓ ୩୦ଗୁଳି ଜବତ

39

କଟକ, ୧୬/୧୧ (ଓଡ଼ିଆ ପୁଅ/ଅଭୟ ଜେନା) କଟକ ଲାଲବାଗ ପୋଲିସ ୩ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିବା ସହ ୫ପିସ୍ତଲ ଓ ୩୦ ଗୁଳି ଜବତ କରିଛି। ଏମାନେ ଭୁବନେଶ୍ୱରରୁ ଏକ ଧଳା ମହେନ୍ଦ୍ରା କାରରେ ଆସିଥିଲେ। ଗିରଫ ତିନି ଜଣ ହେଲେ, ଜଗତସିଂହପୁରର ମିଲନ ଓରଫ ସୁଜିତ କୁମାର ସ୍ୱାଇଁ, କାଳିଆ ଓ ଜିତୁ. ଏହି ଅପରାଧୀମାନେ ବହୁ ଅପରାଧୀକ କାର୍ଯ୍ୟରେ ସମ୍ପୃକ୍ତ। ଏମାନଙ୍କ ନିକଟରୁ ୫ ପିସ୍ତଲ, ୩୦ ଜୀବନ୍ତ ଗୁଳି, ଧଳା ମହେନ୍ଦ୍ରା କାର ଓ ୩ଟି ମୋବାଇଲ ଜବତ ହୋଇଥିବା କଟକ ଡିସିପି ପ୍ରତୀକ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.