Home ଓଡ଼ିଶା ରଣପୁର ଡାକ୍ତରଖାନା ଓ ଥାନାରେ କରୋନା ଯୋଗୁଁ ସାନିଟାଇଜେସନ୍‌

ରଣପୁର ଡାକ୍ତରଖାନା ଓ ଥାନାରେ କରୋନା ଯୋଗୁଁ ସାନିଟାଇଜେସନ୍‌

110

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୦୮-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଦିନକୁ ଦିନ କରୋନା ପଜେଟିଭ୍ ସଂଖ୍ୟା ବଢିବାରେ ଲାଗିଛି । ସମସ୍ତ ସରକାରୀ କୋଭିଡ୍ କଟକଣାକୁ ମାନୁଥିବା ବେଳେ ରଣପୁର ଥାନାର ଜଣେ ଡ୍ରାଇଭର୍ କରୋନା ପଜେଟିଭ୍ ବାହାରିଥିବା ଜଣା ପଡିଛି । ସେହିଭଳି ଭାବରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଆଟେଣ୍ଡାଟ୍‌ଙ୍କର କରୋନା ପଜେଟିଭ୍ ବାହାରିଥିଲା । ଏବେ ପୁଣିଥରେ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କର କରୋନା ପଜେଟିଭ୍ ବାହାରିବା ଦ୍ୱାରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା କର୍ମଚାରୀ ମାନଙ୍କର ଚିନ୍ତା ବଢିଯାଇଛି । ରଣପୁର ଥାନା କର୍ମଚାରୀମାନେ ନିଜର ସୁରକ୍ଷା ପାଇଁ ଥାନାକୁ ସାନିଟାଇଜ୍ କରିଥିବା ଜଣା ପଡିଛି ।

ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶଙ୍କୁ ଯୋଗା ଯୋଗ କରିବା ପରେ ଥାନା କର୍ମଚାରୀ କରୋନା ସଂକ୍ରମଣରେ ଶିକାର ହୋଇଥିବା ସ୍ୱୀକାର କରିଛନ୍ତି ଏବଂ ସମସ୍ତ କର୍ମଚାରୀ ମାନଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି କହିଛନ୍ତି । ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ବୈଦ୍ୟନାଥ ନନ୍ଦଙ୍କ ସହ ଯୋଗା ଯୋଗ କରିବାରେ କହିଛନ୍ତି ଯେ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କର କରୋନା ପଜେଟିଭ୍ ବାହାରିଛି । ତାଙ୍କୁ ହୋମ୍ ଆଇସୋଲେସନ୍ ରେ ରଖାଯାଇଛି । କରୋନା ପଜେଟିଭ୍ କୁ ଲକ୍ଷକରି ରଣପୁର ପ୍ରଶାସନ ଏବେ ଚିନ୍ତାରେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.