Home ଓଡ଼ିଶା ବର୍ଷିଆନ ସ୍ୱାଧିନତା ସଂଗ୍ରାମୀ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ

ବର୍ଷିଆନ ସ୍ୱାଧିନତା ସଂଗ୍ରାମୀ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ

72

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୦୮-ସାରା ଦେଶରେ ମହାମହିମ ରାଷ୍ଟ୍ରପତି ସ୍ୱାଧିନତା ଦିବସ ଅଗଷ୍ଟ ୧୫ ତାରିଖରେ ସ୍ୱାଧିନତା ସଂଗ୍ରମାୀ ମାନଙ୍କୁ ସମ୍ମାନିତ କରିଥାନ୍ତି । କୋଭିଡ୍ କଟକଣା ଯୋଗୁଁ ମହାମହିମ ରାଷ୍ଟ୍ରପତି ଜିଲ୍ଲା ପ୍ରଶାସନ ମାଧ୍ୟମରେ ସ୍ୱାଧିନତା ସଂଗ୍ରାମୀଙ୍କୁ ସମ୍ମାନିତ କରିଥିବା ଜଣା ପଡିଛି । ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅନ୍ତର୍ଗତ ମଝିଆଁଖଣ୍ଡରର ବର୍ଷିଆନ ସ୍ୱାଧିନତା ସଂଗ୍ରାମୀ ଇଶ୍ୱର ଚନ୍ଦ୍ର ବିଶୋଇ(୯୮)ଙ୍କୁ ମହାମହିମ ରାଜ୍ୟପାଳ ସମ୍ମାନିତ କରିଥିବା ଜଣା ପଡିଛି । ନୟାଗଡ ଜିଲ୍ଲା ପ୍ରଶାସନର ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ ତାଙ୍କ ବାସ ଭବନରେ ଉପଢୌକନ ଦେଇ ସମ୍ମାନିତ କରିଥିବା ଜଣା ପଡିଛି ।

ମହାମହିମ ରାଷ୍ଟ୍ରପତିଙ୍କର ବାର୍ତ୍ତା ମଧ୍ୟ ପ୍ରଦାନ କରିଛନ୍ତି । ତାଙ୍କ ସହିତ ମଝିଆଁଖଣ୍ଡ ସରପଂଚ ସ୍ୱପ୍ନା ବେହେରା ଓ ରଣପୁର ର ଅତିରିକ୍ତ ତହସିଲ୍‌ଦାର ଅଶୋକ ପଟ୍ଟନାୟକ ଉପସ୍ଥିତ ଥିଲେ । ଶ୍ରୀ ବିଶୋଇଙ୍କୁ ବର୍ତ୍ତମାନ ୯୮ ବର୍ଷ । ସେ ୨୩ ବର୍ଷ ବୟସରେ ସୁବାଷ ବୋଷଙ୍କ ଡାକରାରେ ଆଜାଦ ହିନ୍ଦ ଫୌଜ ରେ ଯୋଗ ଦେଇଥିଲେ । ରେଙ୍ଗୁନ୍ ର ୧ନମ୍ବର ଜେଲ୍ ରେ କିଛିଦିନ ପାଇଁ ରହିଥିଲେ । ଭାରତ ସ୍ୱାଧିନତା ପରେ ମୁକ୍ତିଲାଭ କରି ଭାରତ ଫେରିଥିଲେ । ମହାମହିମ ରାଷ୍ଟ୍ରପତି ତାଙ୍କୁ ସମ୍ମାନିତ କରିଥିବାରୁ ସେ ରାଷ୍ଟ୍ରପତି ଓ ଭାରତ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.