Home ଅନୁଗୁଳ ଭୂବନେଶ୍ୱରୀ କୋଇଲାକ୍ଷେତ୍ରର ନୂତନ ମହାପ୍ରବନ୍ଧକ ଭାବେ ଏ.କେ.ଧଳ ଙ୍କ ଯୋଗଦାନ

ଭୂବନେଶ୍ୱରୀ କୋଇଲାକ୍ଷେତ୍ରର ନୂତନ ମହାପ୍ରବନ୍ଧକ ଭାବେ ଏ.କେ.ଧଳ ଙ୍କ ଯୋଗଦାନ

89

ତାଳଚେର,୯/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍‌.ସି.ଏଲ ତାଳଚେର ସ୍ଥିତ ଜଗନ୍ନାଥ କୋଇଲା କ୍ଷେତ୍ରକୁ ବିଭାଜନ କରାଯାଇଛି । ପୂର୍ବରୁ ଏହି କ୍ଷେତ୍ରର ଏକ ଅଂଶବିଶେଷ ରହିଥିବା ଭୂବନେଶ୍ୱରୀ ଖଣି ଏବେ ଭୂବନେଶ୍ୱରୀ କୋଇଲା କ୍ଷେତ୍ର ଭାବେ ସ୍ୱୀକୃତି ପାଇଛି । ଏମ୍‌.ସି.ଏଲ ମୂଖ୍ୟାଳୟର (ଚିଠି ନଂ-ଏମ୍‌.ସି.ଏଲ/ଏଚ୍‌.କ୍ୟୁ/ଇ.ଇ/୨୦୨୦/ଟ୍ରାନ୍ସ/୭୮୮, ତାରିଖ୦୮/୦୮/୨୦୨୦)ନିର୍ଦ୍ଦେଶନାମା ପ୍ରକାଶିତ ହୋଇଛି । ଏବଂ ଏହି ନୂଆ କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ଭାବେ ଅଶୋକ କୁମାର ଧଳଙ୍କୁ ଅବସ୍ଥାପିତ କରାଯାଇଛି । ଭୂବନେଶ୍ୱରୀ କ୍ଷେତ୍ରର ନୂଆ କାର୍ଯ୍ୟାଳୟ ନିର୍ମାଣ ହେବା ଯାଏଁ ସ୍ଥାନୀୟ ଡେରା ସ୍ଥିତ ରିଜିଓନାଲ ହସପିଟାଲ ବିଲ୍ଡିଂରେ ଅସ୍ଥାୟୀ ଭାବେ ଏହା କାର୍ଯ୍ୟ କରିବ । ପ୍ରକାଶ ଥାଉକି, ଶ୍ରୀ ଧଳ ଏମ୍‌.ସି.ଏଲ ଲିଙ୍ଗରାଜ କ୍ଷେତ୍ରର ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ବଦଳି ଜଗନ୍ନାଥ କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ଭାବେ ହୋଇଥିଲା । ସେ ଏମ୍‌.ଜି.ବ୍ରହ୍ମପୁରକରଙ୍କ ସ୍ଥାନରେ ଜଗନ୍ନାଥ କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ଭାବେ ଅବସ୍ଥାପିତ ହୋଇଥିଲେ । ତେବେ ଅଚାନକ ପୁନର୍ବାର ଏମ୍‌.ଜି.ବ୍ରହ୍ମପୁରକରଙ୍କୁ ଜଗନ୍ନାଥ କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ଭାବେ ଫେରାଇ ଅଣାଯାଇଥିଲା ଏବଂ ଶ୍ରୀ ଧଳଙ୍କୁ ତାଳଚେର କୋଲଫିଲଡ଼ସର କୋ-ଅର୍ଡ଼ିନେସନ ମହାପ୍ରବନ୍ଧକ ଭାବେ ନିଯୁକ୍ତି ଦିଆଯାଇଥିଲା । ତେବେ ଏଭଳି ଘନ ଘନ ପରିବର୍ତନକୁ ନେଇ ଖଣି କର୍ମଚାରୀ ଏବଂ ଶ୍ରମିକ ସଙ୍ଗଠନ ମଧ୍ୟରେ ଏକ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ଶ୍ରୀ ଧଳ ଜଗନ୍ନାଥ କୋଇଲା କ୍ଷେତ୍ରରେ ନିଜର କାର୍ଯ୍ୟଭାରକୁ ସୂଚାରୂ ଭାବେ କରି ଚାଲିଥିବା ବେଳେ ତାଙ୍କର ଅଚାନକ ଅପସାରଣ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ ମଧ୍ୟ କରିଥିଲା । ସେ ସେ ଯାହାହେଉ ପୁର୍ନବାର ଭୂବନେଶ୍ୱରୀ କୋଇଲା କ୍ଷେତ୍ରରେ ତାଙ୍କୁ ମହା ପ୍ରବନ୍ଧକ ଭାବେ ନିଯୁକ୍ତି ମିଳିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ପରି ଶ୍ରମିକ ମହଲରେ ଚର୍ଚ୍ଚା ହେଉଛି । ଏଠାରେ ଉଲ୍ଲେଖଯୋଗ୍ୟ, ଜଗନ୍ନାଥ କୋଇଲା କ୍ଷେତ୍ର ଅଧିନରେ ଜଗନ୍ନାଥ,ଭୂବନେଶ୍ୱରୀ ଏବଂ ଅନନ୍ତ ପ୍ରକଳ୍ପ କାର୍ଯ୍ୟ କରି ଆସୁଥିଲା । କେବଳ ଭୂବନେଶ୍ୱରୀ କୋଇଲାଖଣିରୁ ବାର୍ଷିକ ୪୦ ମେଟ୍ରିକ ନିୟୁତ ଟନ୍ କୋଇଲା ଉତ୍ପାଦିତ ହୋଇଥାଏ । ଏହାର ଯଥେଷ୍ଟ ଗୁରୁତ୍ୱ ରହିଥିବାରୁ ଏହାକୁ ଏକ ସ୍ୱତନ୍ତ୍ର କୋଇଲା କ୍ଷେତ୍ର ଭାବେ ଗଠନ କରାଯାଇଛି । ଆଶା କରାଯାଏ କି, ଶ୍ରୀ ଧଳ ପୂର୍ବ ପରି ଭୂବନେଶ୍ୱରୀ କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ଭାବେ ଏହି ପ୍ରକଳ୍ପକୁ ଆହୁରି ଅଗ୍ରଗାମୀ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.