Home ଓଡ଼ିଶା ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପରିଦର୍ଶନ କଲେ ଜଏଣ୍ଟ ଡାଇରେକ୍ଟର

ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପରିଦର୍ଶନ କଲେ ଜଏଣ୍ଟ ଡାଇରେକ୍ଟର

38

ନୟାଗଡ/୬/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ରେ ୧୯୫୭ ମସିହାରୁ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟ କରୁଅଛି । ଯାହାକି ଏରିଆ ହସ୍ପିଟାଲ୍ ଭାବେ ମାନ୍ୟତା ପାଇଥିଲେ ମଧ୍ୟ ଅବହେଳିତ ଅବସ୍ଥା ରେ ରହିଆସିଥିଲା । ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ଉଦ୍ୟମରେ ନୟାଗଡ ଜିଲ୍ଲାପାଳ ଡଂ ପୋମା ଟୁଡୁ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ  ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ମିଶ୍ର ଙ୍କ ମିଳିତ ଉଦ୍ୟମରେ କାୟାକଳ୍ପ ଯୋଜନା କାର୍ଯ୍ୟକାରୀ ହୋଇଅଛି  ।

ଏହି କାୟାକଳ୍ପ ଯୋଜନା ଜାତୀୟ ସ୍ତର ର ଏକ କାର୍ଯ୍ୟକ୍ରମ । କାର୍ଯ୍ୟକାରୀ ହୋଇଥିବା କାୟାକଳ୍ପ ଯୋଜନା କୁ ସ୍ୱାସ୍ଥ୍ୟ ବିଭାଗର ଜଏଣ୍ଟ ଡାଇରେକ୍ଟର ଅଞ୍ଜନା ପଣ୍ଡା ଙ୍କ ନେତୃତ୍ୱରେ ପବ୍ଲିକ୍ ହେଲ୍‌ଥ କନସଲଟାଣ୍ଟ, ନଂର୍ସିଙ୍ଗ୍ କନସଲଟାଣ୍ଟ ଏକ ତିନି ଜଣିଆ ଟିମ୍ ଜାନୁୟାରୀ ୬ ତାରିଖ ଅପରାହ୍ନରେ ଅଚାନକ ପରିଦର୍ଶନ କରିଥିବା ଜଣାପଡିଛି । ଏହି ଟିମ୍ ସ୍ୱାସ୍ଥ୍ୟ କେନ୍ଦ୍ରର ପାରିପାଶ୍ୱର୍ିକ ଅବସ୍ଥା , ପରିର୍ଚ୍ଛନ୍ନତା, ବର୍ଜ୍ୟବସ୍ତୁ ପରିଚାଳନା ,ରୋଗୀ ଚିକିତ୍ସା , ପ୍ରତିଷେଧକ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ କେନ୍ଦ୍ରର ୭୪ ଗୋଟି ରେକର୍ଡ କୁ ତନଖି କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ମିଶ୍ର ଓ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ବୈଦନାଥ ନନ୍ଦ ଓ ସମସ୍ତ ଡାକ୍ତର ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.