Home ଓଡ଼ିଶା  ମୟୁରଝାଲିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମିଳୁନି ଜରୁରୀ ଚିକିତ୍ସା

 ମୟୁରଝାଲିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମିଳୁନି ଜରୁରୀ ଚିକିତ୍ସା

38

ନୟାଗଡ/୬/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସରକାର ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ଖର୍ଚ୍ଚ କରି ଚାଲିଛନ୍ତି । କିନ୍ତୁ ଅନେକ ଯାଗାରେ ଡାକ୍ତର ଅଭାବ ଯୋଗୁଁ ରୋଗୀମାନେ ଜରୁରୀ ଚିକିତ୍ସା ରୁ ବଂଚିତ ହେଉଥିବା ଜଣାପଡିଛି । ସେଭଳି ଏକ ଘଟଣା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ସହିଦ୍ ମାଟି ମୟୁରଝାଲିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏଠାରେ ୩୦ ବର୍ଷ ହେଲା ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଅଛି । ଜଣେ ଆୟୁଷ ଡାକ୍ତର ଓ ତିନି ଜଣ କର୍ମଚାରୀ ଙ୍କୁ ନେଇ ଡାକ୍ତରଖାନା ଚାଲୁଅଛି । ଦିନ ଜାକରେ ସକାଳୁ ୪ଘଣ୍ଟା ଅପରାହ୍ନ ରେ ୨ ଘଣ୍ଟା ଡାକ୍ତରଖାନା ଖୋଲା ରହେ । ବାକି ସମୟରେ ଡାକ୍ତରଖାନାରେ ତାଲା ଝୁଲିଥାଏ  ।

ଡାକ୍ତରଙ୍କ ପାଇଁ ସରକାରୀ କ୍ୱାଟର ଅଛି  ହେଲେ ଡାକ୍ତର ନାହାଁନ୍ତି ।  ଏକ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଗ୍ରାମବାସୀ ଙ୍କ ତରଫରୁ ଅନେକ ବାର ସ୍ୱାସ୍ଥ୍ୟ ବିଭାଗ କୁ ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ ଡାକ୍ତର ନିଯୁକ୍ତି ହେଉନାହାଁନ୍ତି । ଯାହାଫଳରେ ସାଧାରଣ ରୋଗୀମାନେ ଜରୁରୀ ଚିକିତ୍ସା ପାଇ ପାରୁନଥିବାର ଅଭିଯୋଗ ହେଉଛି । ଏଭଳି ଅଭିଯୋଗ କରିଛନ୍ତି ମୟୁରଝାଲିଆ ଗ୍ରାମର ସୁରେନ୍ଦ୍ର ନାଥ କଳସ ଓ ବାସୁଦେବ ରାଉତ । ଏ ସର୍ମ୍ପକେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ମିଶ୍ରଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ନୂଆ ଡାକ୍ତର ନିଯୁକ୍ତି ପାଇଁ ପ୍ରସ୍ତାବ ଯାଇଅଛି । ଡାକ୍ତର ନିଯୁକ୍ତି ହେଲେ ଖାଲିଥିବା ମୟୁରଝାଲିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡାକ୍ତର ପଠାଯିବ । ସ୍ୱାସ୍ଥ୍ୟ ବିଭାଗର ରାଜ୍ୟ ଉଚ୍ଚ ଅଧିକାରୀ ମୟୁରଝାଲିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଅଂଚଳ ବାସୀ ଅନୁରୋଧ କରିଛନ୍ତି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.