Home ଓଡ଼ିଶା ନାବାଳିକା କୁ ଅସଦାଚରଣ ଚାନ୍ଦପୁର ଥାନା ରେ ଅଭିଯୋଗ ଅଭିଯୁକ୍ତ ଆଲୋକ ଅଟକ

ନାବାଳିକା କୁ ଅସଦାଚରଣ ଚାନ୍ଦପୁର ଥାନା ରେ ଅଭିଯୋଗ ଅଭିଯୁକ୍ତ ଆଲୋକ ଅଟକ

39

ନୟାଗଡ/୬/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ଭେଟବର(ସାନଚାକୁଣ୍ଡାଝର) ଗ୍ରାମରେ ଏକ ନାବାଳିକା କୁ ଅସଦାଚରଣ ନେଇ ଥାନାରେ ଅଭିଯୋଗ  ହୋଇଥିବା ଜଣାପଡିଛି । ଅଭିଯୋଗ ପାଇ ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଅଭିଯୁକ୍ତ କୁ ଧରି ଅଟକ ରଖିଥିବା ଜଣାପଡିଛି । ଘଟଣା ରୁ ପ୍ରକାଶ ଭେଟବର (ସାନଚାକୁଣ୍ଡାଝର) ଗ୍ରାମର ପୁର୍ଣ୍ଣଚନ୍ଦ୍ର ଦାସ ଙ୍କର ନାବାଳିକା କନ୍ୟା ଶାନ୍ତିପ୍ରିୟା (ଛଦ୍ମନାମ)୧୫ ଘରେ ଜାନୁୟାରୀ ୫ ତାରିଖ ଦିବା ୧ ଟା ବେଳେ ଏକୁଟିଆ ର ସୁଯୋଗ ନେଇ ସେହି ଗ୍ରାମର କୃର୍ଷ୍ଣଚନ୍ଦ୍ର ପଲେଇ ଙ୍କର ପୁଅ ଆଲୋକ ପଲେଇ ନାବାଳିକା କୁ ଜୋର୍ ଜବରଦସ୍ତ ଅସଦାଚରଣ କରିଥିଲେ ।

ନାବାଳିକାର ଚିତ୍କାର ଶୁଣି ସେହି ଗ୍ରାମର ଅନ୍ୟ ଏକ ଲୋକ ପଳାଇ ଆସିବାରୁ ଅଭିଯୁକ୍ତ ଯୁବକ ଜଣକ ଦୈଡି ପଳାଇ ଯାଇଥିଲେ । ଏହି ଘଟଣା ଗ୍ରାମବାସୀ ଜାଣିବା ପରେ ଅଭିଯୁକ୍ତ ଯୁବକ କୁ ଖୋଜିବା ପରେ ଧରି ଆଣି ଗ୍ରାମ ସ୍କୁଲ ଘରେ ପଚରା ଉଚରା କରିଥିଲେ । ଯୁବକ ଜଣକ ଘଟଣା କୁ ଅସ୍ୱୀକାର କରିବାରୁ ଗ୍ରାମବାସୀ ନିରାଷ ହୋଇଥିଲେ । ପିଡିତା ନାବାଳିକା ଏ ସର୍ମ୍ପକେ ଚାନ୍ଦପୁର ଥାନା ରେ ଲିଖିତ ଅଭିଯୋଗ କରିବା ପରେ ଚାନ୍ଦପୁର ଥାନା ପୋଲିସ ଆସି ଅଭିଯୁକ୍ତ ଯୁବକ ଆଲୋକ ପଲେଇକୁ ଧରି ନେଇ ଚାନ୍ଦପୁର ଥାନା ରେ ଅଟକ ରଖିଥିବା ଜଣାପଡିଛି । ଏ ସର୍ମ୍ପକେ ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମୀରଞ୍ଜନ ଦାସଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ପିଡିତା ନାବାଳିକା କୁ ଡାକ୍ତର ମାଇନା କରାଯାଇଛି । ତଦନ୍ତ ଚାଲିଛି  ତଦନ୍ତ ପରେ ଅଭିଯୁକ୍ତ ଯୁବକ କୁ କୋର୍ଟ ଚାଲାଣ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.