Home କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆମ୍ବେଦକର ଜୟନ୍ତୀ ପାଳିତ

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆମ୍ବେଦକର ଜୟନ୍ତୀ ପାଳିତ

33

କୋରାପୁଟ ୧୪-୦୪(ଓଡିଆ ପୁଅ /ରଂଜନ ଦାସ) ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭାରତରତ୍ନ ଡ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଛି ।ସାମାଜିକ ଓ ଅର୍ଥନୈତିକ ପରିବର୍ତନ କ୍ଷେତ୍ରରେ ଆମ୍ବେଦକରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ ।ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର କ୍ଷୀତି ଭୂଷଣ ଦାସ ଭାରତର ଶିକ୍ଷା ଓ ସାମାଜିକ ପରିବର୍ତନ କ୍ଷେତ୍ରରେ ଆମ୍ବେଦକରଙ୍କ ଅବଦାନକୁ ବର୍ଣ୍ଣନା କରିଥିଲେ ।ସମାଜ ବିଜ୍ଞାନ ବିଭାଗର ପ୍ରଫେସର ପି .ଦୁର୍ଗା ପ୍ରସାଦ ଆମ୍ବେଦକରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅବଦାନ ଯଥା ଜନ୍ମଗତ ଅଧିକାର , ଗୋଷ୍ଠୀ ସହଭାଗିତା ,ପଂଚାୟତରାଜ ଏବଂ ସାମାଜିକ ସମାନତା ଉପରେ ବର୍ଣ୍ଣନା କରିଥିଲେ ।ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସଂପଦ ସଂରକ୍ଷଣ ବିଭାଗର ଡିକ ପ୍ରଫେସର ଶରତ କୁମାର  ପଳିତା  ଆଧୁନିକ ଭାରତ ନିର୍ମାଣରେ ଆମ୍ବେଦକରଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ ।ଇଂରାଜୀ ବିଭାଗର ପ୍ରଫେସରଇ.ରାଜା ରାଓ ,ଅର୍ଥନୈତିକ ବିଭାଗର ପ୍ରଫେସର ଭାଗବତ ପାତ୍ର , ବିତ ଅଧିକାରୀ କେ.କସଲା ରାଓ  ଓ ପରୀକ୍ଷା ନିୟନ୍ତ୍ରକ ଡ.ରାମ ଶଙ୍କର ପ୍ରମୁଖ ଯୋଗଦେଇ ଆମ୍ବେଦକରଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ , ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଅଧିକାରୀମାନେ ଅନଲାଇନ ମାଧ୍ୟମରେ ଯୋଗଦେଇଥିଲେ ।କାର୍ଯ୍ୟକ୍ରମକୁ ଲୋକ ସଂପର୍କ ଅଧିକାରୀ ଡ.ଫଗୁନାଥ ଭୋଇ ପରିଚାଳନା କରିଥିବା ବେଳେ ସମାଜ ବିଜ୍ଞାନ ବିଭାଗର ଭାରପ୍ରାପ୍ତ ମୁଖ୍ୟ ଏବଂ ଏସସି ଓ ଏସଟି ସେଲର ଅଧ୍ୟକ୍ଷ ଡ.କପିଳ ଖେମୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.