Home କୋରାପୁଟ କୋରାପୁଟ ଡିଏଚଏଚ ରୋଗୀ କଲ୍ୟାଣ ସମିତି ବୈଠକ

କୋରାପୁଟ ଡିଏଚଏଚ ରୋଗୀ କଲ୍ୟାଣ ସମିତି ବୈଠକ

37

କୋରାପୁଟ ୨୪-୦୭(ଓଡିଆ ପୁଅ /ରଂଜନ ଦାସ) ଜୟପୁରସ୍ଥିତ ନବ ନିର୍ମିତ ସଭାଗୃହଠାରେ  କୋରାପୁଟ ଡିଏଚଏଚ ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଗ୍ରୀମ ଜୀବନ ସହାୟତା ଆମ୍ବୁଲାନସ  ଓ ବ୍ୟାଟେରୀ ଚାଳିତ ରୋଗୀ ପରିବହନ ଗାଡି କ୍ରୟ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିବା ଜଣାପଡିଛି ।ହସପିଟାଲ ପରିସରରେ ଦୁଇ ଚକିଆ ଗାଡି ପାର୍କି ଗୃହ ନିର୍ମାଣ କରିବାକୁ  ଓ ରୋଗୀମାନଙ୍କ ନିମନ୍ତେ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରିବାକୁ ସତସ୍ୟମାନେ ପ୍ରସ୍ତାବ ଦେଇଥିଲେ । କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର  ନିର୍ମାଣଧିନ ଷ୍ଟାଫ କ୍ୱାଟର ଓ ଅକ୍ସିଜେନ ସଂଯନ୍ତ୍ରର ସମୀକ୍ଷା କରିଥିଲେ ।ପୂର୍ବବର୍ଷର ଖର୍ଚ୍ଚ ବୈଠକରେ ଅନୁମୋଦିତ କରାଯାଇଥିବା ଜଣାପଡିଛି ।ପ୍ରଥମ ମହଳା କାମ ଶେଷ ହୋଇଯାଇଥିବା ବେଳେ ସେଠାରେ ତୁରନ୍ତ ଅନ୍ତଃବିଭାଗ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।ହସପିଟାଲ  ପାଇଁ ଜଣେ ସଦସ୍ୟ ବ୍ୟାଟେରୀ ଚାଳିତ ହୁଇଲ ଚେୟାର ଦାନ କରିଥିଲେ ବୋଲି ଜଣାପଡିଛି ।ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି, କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରା , ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସାଏ ,ହସପିଟାଲ ଅଧିକ୍ଷକ ଡାକ୍ତର ରବି ନାରାୟଣ ମିଶ୍ର ,ଏଡିପିଏଚଓ(ପରିବାର କଲ୍ୟାଣ) ଡାକ୍ତର ନୀଳମାଧବ ଶତପଥି , ଡିପିଏଚଓ(ଜନସ୍ୱାସ୍ଥ୍ୟ) ଡାକ୍ତର ଅରୁଣ କୁମାର ପାଢୀ , ହସପିଟାଲ ମ୍ୟାନେଜର ଶୁଭକାନ୍ତ ଗନ୍ତାୟତ , ହସପିଟାଲ ମ୍ୟାନେଜର  ବିଭାବସୁ ରାଉତ , କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.