Home ଜିଲ୍ଲା ପରିକ୍ରମା ରଣପୁର କଂଗ୍ରେସରେ ମିଶିଲେ ବିଜେପି ଓ ବିଜେଡି କର୍ମୀ

ରଣପୁର କଂଗ୍ରେସରେ ମିଶିଲେ ବିଜେପି ଓ ବିଜେଡି କର୍ମୀ

112

ନୟାଗଡ ୧୬/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସାରା ରାଜ୍ୟରେ ନିର୍ବାଚନ ପାଖେଇ ଆସିଲେ ବିଭିନ୍ନ ଦଳର ନେତା ମାନେ ଦଳୀୟ ଟିକେଟ ଆଶାରେ ଦଳଡିଆଁ ବଦଳ କରିଥାନ୍ତି। ଯେଉଁଦଳ ଅଧିକ ଜିତିବା ଆଶା ଓ ଯେଉଁଦଳରେ ଅଧିକା ନେତା ସେହିଦଳର ନେତାମାନେ ଟିକେଟ ନପାଇଲେ ଅନ୍ୟ ଦଳରୁ ଟିକେଟ ପାଇ ଦଳଡିଆଁ କରିଥାନ୍ତି। ସେଭଳି ଦଳଡିଆଁ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଖତିଆ ଗ୍ରାମପଞ୍ଚାୟତରେ।

ରଣପୁର ବ୍ଲକ କଂଗ୍ରେସ ସଭାପତି ଦିଲ୍ଲୀପ ଜେନାଙ୍କର ନେତୃତ୍ୱ ଉପରେ ଭରସା ରଖି ଖତିଆ ଗ୍ରାମପଞ୍ଚାୟତର କୃଷ୍ଣଚନ୍ଦ୍ର ପାତ୍ର ଓ ଜିତେନ୍ଦ୍ର ଭୁୟାଁ ଙ୍କ ୬୦ରୁ ଉର୍ଦ୍ଧ ସମର୍ଥକ କଂଗ୍ରେସ ଦଳରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି। ଖତିଆ ଗ୍ରାମପଞ୍ଚାୟତ ଖେଳପଡିଆରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଅଧିକାଶଃ କର୍ମୀ ବିଜେଡି ଦଳରୁ ଓ ଅନ୍ୟକର୍ମୀ ବିଜେପି ଦଳରୁ କଂଗ୍ରେସରେ ମିଶିଥିବା ଜଣାପଡିଛି। ଏହି ମିଶ୍ରଣ ପର୍ବରେ ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାଶ ଯୋଗଦେଇ ଦଳରେ ମିଶିଥିବା କର୍ମୀ ମାନଙ୍କୁ ଦଳୀୟ ସଂକେତ ଥିବା ଉପଢୈାଉକନ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.