Home ଓଡ଼ିଶା ରଣପୁର ବ୍ଲକରେ ବାଜିଲା ନିର୍ବାଚନୀ ବିଗୁଲ୍ … ହଟିଲାନି ହୋର୍ଡିଙ୍ଗ୍ , ପୋଷ୍ଟର...

ରଣପୁର ବ୍ଲକରେ ବାଜିଲା ନିର୍ବାଚନୀ ବିଗୁଲ୍ … ହଟିଲାନି ହୋର୍ଡିଙ୍ଗ୍ , ପୋଷ୍ଟର ବ୍ୟାନର

78

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୧- ରାଜ୍ୟରେ ନିର୍ବାଚନୀ ବିଗୁଲ୍ ବାଜିବା ପରେ ଆଚରଣ ବିଧି ଲାଗୁ ହୋଇଥାଏ । ରାସ୍ତା କଡ , ବିଭିନ୍ନ ଛକ , ସରକାରୀ କାର୍ଯ୍ୟାଳୟ  ଭିତରେ ଲାଗିଥିବା ବ୍ୟାନରକୁ ହଟାଯାଇଥାଏ । କିନ୍ତୁ ନୟାଗଡ ଜିଲ୍ଲା ରଣପୁରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ବିଗୁଲ୍ ବାଜିବା ପରେ ଫେବୃୟାରୀ ୧୮ ତାରିଖରେ ନିର୍ବାଚନ ହେବାକୁ ସ୍ଥିରୀକୃତ ହୋଇଛି । ଜାନୁୟାରୀ ୧୭ ତାରିଖରୁ ନାମାଙ୍କନ ପତ୍ର ଦାଖଲ ହେବା ପାଇଁ ସୂଚନା ପ୍ରଦାନ କରାଯାଇଛି ।  ନୟାଗଡ ଜିଲ୍ଲା ଗଣିଆ ବ୍ଲକରେ ବ୍ୟାନର ସବୁ ହଟାଯାଇଥିବା ବେଳେ ରଣପୁର ବ୍ଲକ ଅଂଚଳରେ ବ୍ୟାନର ଲାଗି ରହିଥିବା ଅଭିଯୋଗ ହେଉଛି । ଏଭଳି ଦେଖିବାକୁ ମିଳିଛି ବ୍ରଜରାଜପୁର ଛକ , ବ୍ରଜରାଜପୁର ପଞ୍ଚାୟତ କାର୍ଯ୍ୟାଳୟ ଫାଟକ ଏପରିକି ରଣପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ।

ଏ ସର୍ମ୍ପକେ ରଣପୁର ଥାନା ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତିଙ୍କୁ ପଚାରିବାରେ କୁହନ୍ତି ରଣପୁର ତହସିଲଦାର ନିର୍ବାଚନ ଅଧିକାରୀ ଭାବେ ବ୍ୟାନର ଉଠାଇବା ପାଇଁ  ଆମ୍ଭକୁ ସହଯୋଗ ମାଗିଲେ ଆମ୍ଭେ ସହଯୋଗ କରିବୁ । କିନ୍ତୁ ଏଯାଏଁ ସହଯୋଗ ମାଗିନାହାଁନ୍ତି । ରଣପୁର ତହସିଲଦାର ଯୁଗଳ ମିଶ୍ରଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ତୁରନ୍ତ ପଦକ୍ଷେପ ନିଆଯିବ । ପଞ୍ଚାୟତ ନିର୍ବାଚନକୁ ଅବାଧ , ନିରପେକ୍ଷ ଓ ପ୍ରଭାବ ଶୂନ୍ୟ କରିବା ପାଇଁ ରାସ୍ତାକଡ , ସରକାରୀ କାର୍ଯ୍ୟାଳୟ ଫାଟକ , ନିର୍ବାଚନୀ ବୁଥ୍ ନିକଟ ଓ ସରକାରୀ କାର୍ଯ୍ୟାଳୟ ପରିସରରୁ ବ୍ୟାନର ହଟାଇବା ପାଇଁ ରାଜନୈତିକ ସଚେତନ ନାଗରିକ ମାନେ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.