Home Top News ପଂଚାୟତ ନିର୍ବାଚନ ପରିଚାଳନା ପାଇଁ ୭ ଜଣିଆ କମିଟି ଘୋଷଣା କଲା ବିଜେପି

ପଂଚାୟତ ନିର୍ବାଚନ ପରିଚାଳନା ପାଇଁ ୭ ଜଣିଆ କମିଟି ଘୋଷଣା କଲା ବିଜେପି

98

ଜୁଏଲ ଓରାମ, ବସନ୍ତ ପଣ୍ଡା, ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ଅନିତା ଶୁଭଦର୍ଶୀନି, ଗୋଲକ ମହାପାତ୍ର, ଶଙ୍କର ପରିଡ଼ା ହେଲେ କମିଟିର ସଦସ୍ୟ

ଭୁବନେଶ୍ୱର ୧୬/୦୧ (ଓଡ଼ିଆ ପୁଅ) : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସୁପରିଚାଳନା ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଏକ ସାତ ଜଣିଆ ରାଜ୍ୟସ୍ତରୀୟ ନିର୍ବାଚନ ପରିଚାଳନା କମିଟି ଘୋଷଣା କରିଛନ୍ତି।

ଏହି କମିଟିରେ ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଶ୍ରୀ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ଉପ ସଭାନେତ୍ରୀ ଅନିତା ଶୁଭଦର୍ଶୀନି, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏବଂ ବିଜେପି ପଂଚାୟତରାଜ ବିଭାଗ ରାଜ୍ୟ ସଂଯୋଜକ ଶଙ୍କର୍ଷଣ ପରିଡ଼ା ସଦସ୍ୟ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.