Home ଓଡ଼ିଶା ରଣପୁର ଏନ୍‌.ଏ.ସି ରେ ପିଲାଙ୍କ ପାର୍କ ନିର୍ମାଣ ନେଇ ଉତ୍ତେଜନା

ରଣପୁର ଏନ୍‌.ଏ.ସି ରେ ପିଲାଙ୍କ ପାର୍କ ନିର୍ମାଣ ନେଇ ଉତ୍ତେଜନା

170

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୭-ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି ର ୧ନଂ ୱାର୍ଡ ସାନଗଡ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ପିଲାଙ୍କ ପାର୍କ ନିର୍ମାଣକୁ ନେଇ ଉତ୍ତେଜନା ଦେଖା ଦେଇଥିବା ଜଣା ପଡିଛି । ରଣପୁର ଏନ୍‌.ଏ.ସି ରେ ୩ ଗୋଟି ପିଲାଙ୍କ ପାର୍କ ପାଇଁ ଅନୁଦାନ ଆସିଅଛି । ବଳରାମପୁର ମୌଜାରେ ଏକ ପିିଲାଙ୍କ ପାର୍କ କାର୍ଯ୍ୟ ଚାଲିଥିବା ବେଳେ ସାନଗଡ ବିଦ୍ୟାଳୟ ନିକଟରେ ଏକ ପାର୍କ ନିର୍ମାଣ ପାଇଁ ସାନଗଡ ବାସୀଙ୍କ ନିଷ୍ପତି ଅନୁଯାୟୀ ଯାଗା ଚିହ୍ନଟ ହୋଇଥିଲା । ଠିକାଦାର ସେହିଠାରେ ନିର୍ମାଣ କାର୍ଯ୍ୟ ପାଇଁ ପୁନାଦି ପକାଇଥିଲେ । ଜନୈକ ବ୍ୟକ୍ତି ସେହି ଯାଗା ପଛପଟେ ଘର କରିଥିବାରୁ ରାତ୍ରିରେ ଜେସିବି ମେସିନ୍ ଲଗାଇ ପଡିଥିବା ପୁନାଦିକୁ ପୋତୁଥିଲେ । ଏହି ସମୟରେ ସାନଗଡ ବାସୀ ପୁନାଦି ପୋତିବାକୁ ବିରୋଧ କରିଥିଲେ । ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ପୁନାଦି ପୋତୁଥିବା ବ୍ୟକ୍ତି ପୋଲିସ୍ ର ଆଶ୍ରୟ ନେଇଥିଲେ । ତେଣୁ ସାନଗଡ ଗ୍ରାମବାସୀମାନେ ଗ୍ରାମକୁ ଯାଇ ଏକ ବୈଠକ କରି ରଣପୁର ତହସିଲ୍‌ଦାରଙ୍କୁ ଯାଗା ଚିହ୍ନଟ ପାଇଁ ଲିଖିତ ଭାବେ ଜଣାଇଛନ୍ତି । ଯାଗା ଚିହ୍ନଟ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ନିର୍ମାଣ ହେଉଥିବା ଯାଗା ଗୋଚର ଜମି ତେଣୁ ଉନ୍ନୟନ କାର୍ଯ୍ୟ ହୋଇପାରିବ । ଯାଗା ପୋତୁଥିବା ବ୍ୟକ୍ତିଙ୍କର ଘର ପଛପଟେ ଥିବାରୁ ସେହି ଗୋଚର ଯାଗା ଦେଇ ସେହି ବ୍ୟକ୍ତି ଘରକୁ ଯାତାୟତ କରିଥାନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ସରକାରି ସେହି ଯାଗାରେ ପିଲାଙ୍କ ପାର୍କ ନିର୍ମାଣ ନ କଲେ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ । ଏ ସମ୍ପର୍କେ ରଣପୁର ଏନ୍‌.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିସିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ସ୍ଥାନୀୟ ବାସିନ୍ଦାଙ୍କ ନିଷ୍ପତି ଅନୁଯାୟୀ ସେହି ଯାଗାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯଦି ବିରୋଧ ହେଉଛି ତହସିଲ୍‌ଦାରଙ୍କ ଦ୍ୱାରା ପୁର୍ନବାର ଯାଗା ଚିହ୍ନଟ ପରେ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.