Home ଓଡ଼ିଶା ରଣପୁର ଏନ୍‌.ଏ.ସି. କମ୍ୟୁନିଟ୍ ହଲ୍ ରେ ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା ସ୍ତରୀୟ ବୈଠକ

ରଣପୁର ଏନ୍‌.ଏ.ସି. କମ୍ୟୁନିଟ୍ ହଲ୍ ରେ ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା ସ୍ତରୀୟ ବୈଠକ

21

ନୟାଗଡ/୨୬/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କମ୍ୟୁନିଟ୍ ହଲ୍ ରେ ଓଡିଶା ସାମ୍ବାଦିକ ସଂଘର ବଡଦିନ ଅବସର ରେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି । ଜିଲ୍ଲା ସଭାପତି ଗୋକୁଳ ଚନ୍ଦ୍ର ସଡଙ୍ଗୀ ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ରେ ଗଣମାଧ୍ୟମ ଉପରେ ଆକ୍ରମଣ ଓ ନୟାଗଡ ଜିଲ୍ଲା ଯଦୁପୁର ରେ ଗଣମାଧ୍ୟମ ଉପରେ ହୋଇଥିବା ଆକ୍ରମଣ କୁ ତୀବ୍ରନିନ୍ଦା କରାଯାଇଥିଲା ।

ରାଜ୍ୟରେ ସୋସିଆଲ୍ ମିଡିଆ ଅଗ୍ରଣୀ ଭୂମିକା ନେଉଥିବା ବେଳେ ସଂଗଠନ କୁ ସୁଦୃଢ କରିବା ପାଇଁ ଆବଶ୍ୟକୀୟ ନିୟମ ପ୍ରଣୟନ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏଥିରେ ଉପ ସଭାପତି ସତ୍ୟନାରାୟଣ ମହାପାତ୍ର ,ସମ୍ପାଦକ ଦୀଲ୍ଲିପ ମିଶ୍ର ,କୋଷାଧକ୍ଷ ଦିପକ କର ଯୋଗ ଦେଇ ନିଜ ନିଜର ମତ ରଖିଥିଲେ ।ଏହି ବୈଠକରେ ଲିଙ୍ଗରାଜ ନାୟକ, ତାପସ ରଞ୍ଜନ ମାର୍ଥା, ବରିଷ୍ଠ ସାମ୍ବାଦିକ ଗୋପାଳ ଚରଣ ମିଶ୍ର, ଗଣେଶ୍ୱର ମିଶ୍ର ଓ ସତ୍ୟ ନାରାୟଣ ମିଶ୍ର ଙ୍କୁ ସମ୍ନାନିତ କରାଯାଇଥିଲା । ରଣପୁର ଆଂଚଳିକ ସାମ୍ବାଦିକ ସଂଘର ସଭାପତି ପ୍ରସନ୍ନ କୁମାର ସାମନ୍ତରାୟ ଓ ଅନ୍ୟମାନେ ବୈଠକ ର ଆୟୋଜନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.