Home ଅନୁଗୁଳ ମା ହିଙ୍ଗୁଳା ପାଠାଗାର ତାଳଚେର ଗୌରବ ସମ୍ମାନରେ ସମ୍ମାନିତ

ମା ହିଙ୍ଗୁଳା ପାଠାଗାର ତାଳଚେର ଗୌରବ ସମ୍ମାନରେ ସମ୍ମାନିତ

23

ତାଳଚେର,୨୬/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁ ଗ୍ରାମସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାରକୁ ତାଳଚେର ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଛି । ତାଳଚେର ସମାଜସେବୀ ପରିବାର ପକ୍ଷରୁ କର୍କଟ ରୋଗରେ ପୀଡିତ ଗରିବ ଅସହାୟ ରୋଗୀର ଚିକିତ୍ସା ପାଇଁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ସମାଜ ମଙ୍ଗଳ ହୁଣ୍ଡିର ପ୍ରତିଷ୍ଠା ଉତ୍ସବ ତାଳଚେରସ୍ଥିତ ହୋଟେଲ ସିଦ୍ଧାର୍ଥ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସମାଜସେବୀ,ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଶା ସମାଜସେବୀ ମହାସଂଘର କାର୍ଯ୍ୟକାରୀ ସଭାପତି ବାପି ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆନ୍ତର୍ଜାତୀୟ ମାନବାଧିକାର ସଂଘର ରାଜ୍ୟ ସଭାପତି ସସ୍ମିତା ଦାସ, ସ୍ୱତନ୍ତ୍ର ଅତିଥି ଭାବରେ ଚଳଚ୍ଚିତ୍ର ଅଭିନେତା ମିଟୁ ମିଥୁନ, ସମ୍ମାନୀତ ଅତିଥି ଭାବରେ ତାଳଚେର ମହାବିଦ୍ୟାଳୟର ପୂର୍ବତନ ପ୍ରଫେସର ଦେବୀ ମିଶ୍ର,ଘରୋଇ ବସ ମାଲିକ ସଂଘର ରାଜ୍ୟ ଉପସଭାପତି ଶ୍ରୀକାନ୍ତ ପାଣି,ବରିଷ୍ଠ ସାମ୍ବାଦିକ ଦୀପକ ପ୍ରଧାନ,ପୂର୍ବତନ କାଉନସିଲର ଜିତେନ୍ଦ୍ର ଦାସ,ତାଳଚେର ସମାଜସେବୀ ପରିବାରର ସମ୍ପାଦକ ରଞ୍ଜିତ ମହାପାତ୍ର,ସମାଜସେବୀ ବିଭୂତି ସାହୁ ପ୍ରମୁଖ ମଂଚାସୀନ ହୋଇଥିଲେ । ଏହି ଅବସରରେ ଶିକ୍ଷା ତଥା ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ମା ହିଙ୍ଗୁଳା ପାଠାଗାରକୁ ମୁଖ୍ୟ ଅତିଥି ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ଏହି ସମ୍ମାନ ଗ୍ରହଣ କରିବା ପାଇଁ ପାଠାଗାରର ସଭାପତି ହାଡିବନ୍ଧୁ ପ୍ରଧାନ, ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ,କୋଷାଧ୍ୟକ୍ଷ ଦୟାନିଧି ସାହୁ ଓ ବରିଷ୍ଠ ଉପଦେଷ୍ଟା ପ୍ରଭାକର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.