Home ଓଡ଼ିଶା ନୟାଗଡ ଚିନିକଳ କାର୍ଯ୍ୟକ୍ଷମ କରିବା ପାଇଁ ରଣପୁର ଠାରେ ଜନଜାଗରଣ ସଭା

ନୟାଗଡ ଚିନିକଳ କାର୍ଯ୍ୟକ୍ଷମ କରିବା ପାଇଁ ରଣପୁର ଠାରେ ଜନଜାଗରଣ ସଭା

81

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୨-ନୟାଗଡ ଜିଲ୍ଲାରେ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାବ୍ୟାପୀ ଆନ୍ଦୋଳନକୁ ରଣପୁର ବ୍ଲକ୍ ସମର୍ଥନ କରିବା ପାଇଁ ନୟାଗଡ ଚିନିକଳ କ୍ରିୟାନୁଷ୍ଠନ କମିଟି ତରଫରୁ ରଣପୁର ରଘୁ-ଦିବାକର ମଣ୍ଡପରେ ଫେବୃୟାରୀ ୨୪ ତାରିଖ ଦିନ ଏକ ଜନ ଜାଗରଣ ସଭା କରାଯାଇଥିବା ଜଣା ପଡିଛି । ଏହି ସଭାରେ କମିିିଟିର ଆବାହକ ବିଶ୍ୱନାଥ ମହାପାତ୍ର, ସଯୋଂଜନ ଶିବରାମ ମହାପାତ୍ର, ସାଧାରଣ ସମ୍ପାଦକ ମନୋଜ ସାହୁ, ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡା ଆଦି ଯୋଗ ଦେଇଥିଲେ ।

୨୦୧୫ ମସିହାରୁ ଶିଳ୍ପପତି ତ୍ରୈଲୋକ ମିଶ୍ର ଚିନିକଳକୁ ତାଲା ପକାଇ ଚାଲିଯାଇଥିବା ବେଳେ ପ୍ରଶାସନ ତାଙ୍କୁ ସୁରକ୍ଷା ପ୍ରଦାନ କରୁୁଥିବାକୁ ବିରୋଧ ସହ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାବ୍ୟାପୀ ମାର୍ଚ୍ଚ ୬ ତାରିଖରେ ଆନ୍ଦୋଳନ ଡାକରା ଦିଆଯାଇଛି । ସେହି ଆନ୍ଦୋଳନ ପାଇଁ ଜନଜାଗରଣ ଉଦ୍ଧେଶ୍ୟରେ ଆଚାର୍ଯ୍ୟ ବିଶ୍ୱରଂଜନ, ସତ୍ୟରଂଜନ ମତ୍ତା, ଦୁଃଶାସନ ଜେନା, ସଂଯୁକ୍ତା ସେଠୀ, ସୁରେଶ ସ୍ୱାଇଁ  ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ରଣପୁରର କୃଷକମାନେ ସମର୍ଥନ ଦେବା ପାଇଁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.