Home ଓଡ଼ିଶା ରଣପୁର ଆଦର୍ଶ ବିଦ୍ୟାଳୟ ବନ୍ଦ ନେଇ ଅଭିଭାବକ ବିଇଓଙ୍କୁ ଭେଟିଲେ

ରଣପୁର ଆଦର୍ଶ ବିଦ୍ୟାଳୟ ବନ୍ଦ ନେଇ ଅଭିଭାବକ ବିଇଓଙ୍କୁ ଭେଟିଲେ

79

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୮-ସାରା ରାଜ୍ୟରେ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ସରକାର ପ୍ରତି ବ୍ଲକ୍ ହେଡ୍ କ୍ୱାର୍ଟରରେ ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଛନ୍ତି । ଚଳିତ ବର୍ଷ ସାରା ଓଡିଶାରେ ୩୨ଗୋଟି ଆଦର୍ଶ ବିଦ୍ୟାଳୁୟ ସ୍ଥାପନ ହୋଇଛି । କିନ୍ତୁ ଚଳିତ ବର୍ଷ ଆରମ୍ଭ ହୋଇଥିବା ୩୨ଗୋଟି ଆଦର୍ଶ ବିଦ୍ୟାଳୟକୁ ସରକାର ଏ ବର୍ଷ ସ୍ଥଗିତ ରଖିଛନ୍ତି । ରଣପୁର ଆଦର୍ଶ ବିଦ୍ୟାଳୟରେ ୮୦ଜଣ ଛାତ୍ର ଛାତ୍ରୀ ଗତ ଜୁନ୍ ମାସରେ ଆଡମିଶନ୍ କରିଥିଲେ । ସରକାର ନିର୍ଦ୍ଧେଶନାମା ଅନୁଯାୟୀ ରଣପୁର ବ୍ଲକ୍ ଶିକ୍ଷା ଅଧିକାରୀ ସମସ୍ତ ଅଭିଭାବକ ମାନଙ୍କୁ ସେମାନଙ୍କର ଟି.ସି ଫେରସ୍ତ ନେବାପାଇଁ ଫୋନ୍ ଯୋଗେ ଜଣାଇଛନ୍ତି । ଯାହା ଫଳରେ ଅଭିଭାବକ ମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଅଭିଭାବକମାନେ ରଣପୁର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ନିକଟରେ ପହଁଚି ସେମାନଙ୍କର ଅସନ୍ତୋଷ ଜଣାଇଛନ୍ତି । ଅଭିଭାବକମାନଙ୍କ କହିବା ଅନୁଯାୟୀ ସେମାନଙ୍କର ପିଲା ଯେହେତୁ ଆଦର୍ଶ ବିଦ୍ୟାଳୟରେ ଆଡମିଶନ୍ କରିଥିଲେ ନିକଟସ୍ଥ ଆଦର୍ଶ ବିଦ୍ୟାଳୟରେ ସେମାନଙ୍କୁ ପଢିବା ସହ ପରୀକ୍ଷା ଦେବାର ସୁଯୋଗ ଦିଆଯାଉ ନହେଲେ ସେମାନଙ୍କୁ ଆଦର୍ଶ ବିଦ୍ୟାଳୟର ଟି.ସି ପ୍ରଦାନ କରାଯାଉ ।

ଏସମ୍ପର୍କେ ରଣପୁର ବ୍ଲକ୍ ଶିକ୍ଷା ଅଧିକାରୀ ଉପେନ୍ଦ୍ରନାଥ ସାହୁଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ସରକାର କୋଭିଡ୍‌-୧୯ କଟକଣା ଯୋଗୁଁ ବିଦ୍ୟାଳୟ ଗୃହ ନିର୍ମାଣ କରି ପାରିଲେ ନାହିଁ ଶିକ୍ଷକ ମଧ୍ୟ ନିଯୁକ୍ତି କରି ପାରିଲେ ନାହିଁ । ଅନ୍‌ଲାଇନ୍ ରେ  ପାଠ ପଢାଇବା ଏ ବର୍ଷ ସମ୍ଭବ ନୁହେଁ ତେଣୁ ପିଲାମାନେ ଯେଉଁ ସ୍କୁଲ୍ ରୁ ସାର୍ଟିଫିକେଟ୍ ଆଣିଛନ୍ତି ପୁର୍ନବାର ସେହି ସ୍କୁଲ୍ ରେ ବା ନିକଟତର ସ୍କୁଲ୍ ରେ ଆଡମିଶନ୍ କରାନ୍ତୁ । ଆସନ୍ତା ବର୍ଷ ସିଲେକ୍ସନ୍ ହୋଇଥିବା ପିଲାମାନେ ବିନା ପ୍ରବେଶିକା ପରୀକ୍ଷାରେ ସପ୍ତମ ଶ୍ରେଣୀରେ ନାମ ଲେଖାଇ ପାରିବେ । କିନ୍ତୁ ଅଭିଭାବକମାନେ ବାରମ୍ବାର ଆଡମିଶନ୍ ଫିସ୍ ଦେଇ ଟିସି ନେଇ ଅନ୍ୟତ୍ର ଆଡମିଶନ୍ କରିବାକୁ ନାରାଜ ହେଉଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.