Home ଓଡ଼ିଶା ନୟାଗଡ ଜିଲ୍ଲା ରଣପୁରରେ ତୃଣମୂଳ ହକିଖେଳ ପ୍ରଶିକ୍ଷଣ ଶୁଭାରମ୍ଭ

ନୟାଗଡ ଜିଲ୍ଲା ରଣପୁରରେ ତୃଣମୂଳ ହକିଖେଳ ପ୍ରଶିକ୍ଷଣ ଶୁଭାରମ୍ଭ

43

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୧- ନୟାଗଡ ଜିଲ୍ଲା ରଣପୁର ବଜେନ୍ଦ୍ର ନୋଡାଲ୍ ଉଚ୍ଚବିଦ୍ୟାଳୟ କ୍ରୀଡାଙ୍ଗନରେ ଟାଟାଷ୍ଟିଲ୍ ତରଫରୁ ତୃଣମୂଳ ହକିଖେଳ ପ୍ରଶିକ୍ଷଣ କେନ୍ଦ୍ର ଜାନୁଆରୀ ୮ ତାରିଖ ରେ ଶୁଭାରମ୍ଭ ହୋଇଯାଇଛି । ଖେଳାଳୀ ମାନେ ୨୦୧୭ ମସିହାରୁ ହକିଖେଳୁଥିଲେ ମଧ୍ୟ ପ୍ରଶିକ୍ଷଣର ଅଭାବ ରହିଥିଲା । ଟାଟାଷ୍ଟିଲ୍ ତରଫରୁ ନିଜସ୍ୱ ଅର୍ଥ ବିନିମୟରେ ଏଠାରେ ହକିଖେଳ ପ୍ରଶିକ୍ଷଣ ଦିଆଯିବ । ଏହି ପ୍ରଶିକ୍ଷଣର ଶୁଭାରମ୍ଭରେ ପୁର୍ବତନ ରାଜ୍ୟସଭା ସାଂସଦ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ମୁଖ୍ୟ ଅତିଥି ଭାବେ , ମୁଖ୍ୟ ବକ୍ତାଭାବେ ଟାଟାଷ୍ଟିଲ୍ ପ୍ରକଳ୍ପ ନିର୍ଦେଶକ ରାଜେଶ୍ ସେଠ୍ , ସମ୍ମାନିତ ଅତିଥି ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ , ନୟାଗଡ ଜିଲ୍ଲା ସ୍ପୋର୍ଟସ ଅଧିକାରିଣୀ ସୁଜାତା ସାହୁ , ରଣପୁର ସ୍ପୋର୍ଟସ ଆସୋସିଏସନ୍ ସମ୍ପାଦକ ସ୍ୱରାଜ ମହାନ୍ତି , ରଣପୁର ବ୍ଲକ ପୁର୍ବତନ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ , ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ପୁର୍ବତନ ଉପାଧକ୍ଷ ପ୍ରିୟବ୍ରତ ପ୍ରହରାଜ , ମନୋରଞ୍ଜନ ଷଡଙ୍ଗୀ ଓ ଅନ୍ୟ ହକି ପ୍ରେମୀ ମାନେ କୋଭିଡ୍ କଟକଣା ଭିତରେ ଯୋଗ ଦେଇଥିଲେ ।

ଏହି ଅବସରରେ ନୟାଗଡ ହକି ଓ ଢେଙ୍କାନାଳ ହକି ମହିଳା ଓ ପୁରୁଷ ଦଳ ମଧ୍ୟରେ ଏକ ବନ୍ଧୁୁତ୍ୱପୁର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା । ନୟାଗଡ ପୁରୁଷ ହକି ଦଳ ଓ ଢେଙ୍କାନାଳ ପୁରୁଷ ହକି ଦଳ ମଧ୍ୟରେ ବନ୍ଧୁତ୍ୱପୁର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା । ନୟାଗଡ ଦଳ କୁ ଢେଙ୍କାନାଳ ଦଳ ୨/୧ ରେ ପରାସ୍ତ କରି ବିଜୟ ଲାଭ କରିଥିବା ଜଣାପଡିଛି ।  ପରେ ପରେ ନୟାଗଡ ମହିଳା ହକି ଦଳ ଓ ଢେଙ୍କାନାଳ ମହୀଲା ହକି ଦଳ ମଧ୍ୟରେ ବନ୍ଧୁତ୍ୱପୁର୍ଣ୍ଣ ମ୍ୟାଚ ହୋଇଥିଲା । ନୟାଗଡକୁ ୩/୧ ଗୋଲ ରେ ହରାଇ ଢେଙ୍କାନାଳ ଦଳ ବିଜୟ ଲାଭ କରିଥିଲା ।  ା ନୟଗଡ ଜିଲ୍ଲା ରଣପୁର ଅଂଚଳରେ ତୃଣମୂଳ ହକିଖେଳ ପ୍ରଶିକ୍ଷଣ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଥିବାରୁ ହକିପ୍ରେମୀ ଙ୍କ ମନରେ ଆନନ୍ଦ ଲହରି ଖେଳି ଯାଇଛି । ଯାହାଫଳରେ ରାଜ୍ୟ ଆନ୍ତଃରାଜ୍ୟ  ଓ ଜାତୀୟ ସ୍ତରରେ ଏହି ଅଂଚଳର ହକି ଖେଳାଳୀ ମାନେ ସ୍ଥାନ ପାଇପାରିବେ । ସମସ୍ତ ବିଷୟକୁ ରବି ନାରାୟଣ ରାୟ ସଂଯୋଜକ ଭାବେ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.