Home ଅପରାଧ ଚିପ୍ସ ବୋଝେଇ ଦୁଇ ଟ୍ରକ୍‌ଜବତ, ୧.୨ ଲକ୍ଷ ଜରିମାନା ଆଦାୟ

ଚିପ୍ସ ବୋଝେଇ ଦୁଇ ଟ୍ରକ୍‌ଜବତ, ୧.୨ ଲକ୍ଷ ଜରିମାନା ଆଦାୟ

75

ଯାଜପୁର ୧ା୧୦ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବେଆଇନ ଭାବେ ଚିପ୍ସ ବୋଝେଇ ହୋଇ ଯାଉଥିବା ଦୁଇଟି ଟ୍ରକ୍‌କୁ ଚଣ୍ଡିଖୋଲ ଛକ ନିକଟରୁ ଜବତ କରାଯାଇଛି। ଜବତ ଟ୍ରକ୍‌ରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସୂଚନା ମୁତାବକ, ବେଆଇନ ଭାବେ ଚିପ୍ସ ବୋଝେଇ କରି ଯାଉଥିବା ଦୁଇଟି ଟ୍ରକ୍ ଓଡି-୦୪ଓ-୫୩୮୯ ଏବଂ ଓଡି-୦୫ଏଡବ୍ଲ୍ୟୁ-୧୦୦୭ ଚଣ୍ଡିଖୋଲ ଛକ ଦେଇ କେନ୍ଦ୍ରାପଡ଼ା ଯାଉଥିବା ବେଳେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ, ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ ଓ ବଡ଼ ଘୁମୁରୀ ଆରଆଇ ମାଧବାନନ୍ଦ ଆଇଚ ଗାଡ଼ିଗୁଡ଼ିକୁ ଅଟକାଇଥିଲେ। ଚାଳକ ଆବଶ୍ୟକ କାଗଜପତ୍ର ଦେଖାଇ ନପାରିବାରୁ ଗାଡ଼ିକୁ ଜବତ କରାଯାଇ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା। ଦୁଇ ଚିପ୍ସ ବୋଝେଇ ହାଇୱାକୁ ୯୪ ହଜାର ଜରିମାନା କବାଟବନ୍ଧ ଚଣ୍ତିଖୋଲ-ଡୁବୁରି ଜାତୀୟ ରାଜପଥରେ ଚିପ୍ସ ପରିବହନ କରୁଥିବା ଦୁଇଟି ହାଇୱାଠାରୁ ୯୩ ହଜାର ୭୮୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
ହାଇୱା (ଓଡି୦୪ଏମ୍ ୪୮୨୨) ଓ (ୟୁପି୬୫ ଡିଟି ୨୮୨୩)କୁ ଜେନାପୁର ପୁଲିସ ଅଟକାଇ ଆ‌ଞ୍ଚଳିକ ପରିବହନ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। ଓଭରଲୋଡ୍ ତଥା ଆବଶ୍ୟକ କାଗଜପତ୍ର ନଥିବାରୁ ମୋଟରଯାନ ନିରୀକ୍ଷକଙ୍କ ପକ୍ଷରୁ ଏହି ଦୁଇ ଗାଡ଼ିକୁ ଜରିମାନା କରାଯାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.