Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାଂସଦ ସୁବାଷ ସିଂହ କୋଭିଡ ମୃତକଙ୍କ ଘର ଘର ବୁଲିଲେ

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାଂସଦ ସୁବାଷ ସିଂହ କୋଭିଡ ମୃତକଙ୍କ ଘର ଘର ବୁଲିଲେ

79

କଟକ ୨୭.୧୦ (ଓଡ଼ିଆ ପୁଅ) :- ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାଂସଦ ସୁବାଷ ସିଂହ କୋଭିଡ ମୃତକଙ୍କ ଘର ଘର ବୁଲିଲେI ମହାମାରୀ କରୋନାରେ ୨୦୨୦ ଓ ୨୦୨୧ ମସିହାର ବହୁ ଲୋକଙ୍କ ମୃତାହତ ହେବା ଘଟଣା, ସମସ୍ତଙ୍କୁ ସ୍ତମ୍ଭିଭୂତ କରିଦେଇଥିଲା। ବହୁ ପରିବାର ଛାରଖାର ହୋଇଗଲା। ପିଲାମାନେ ପାଠପଢ଼ାରୁ ଡୋରି ବାନ୍ଧିଦେଇଥିଲେ। ଅନେକ ଘର ଉଜୁଡ଼ିଗଲା। କଟକ ମହାନଗର ନିଗମ ଅଂଚଳରୁ କେବଳ ୩୩୮ ଜଣ ଲୋକ ପ୍ରାଣ ହରାଇବା ତଥ୍ୟ ସରକାରଙ୍କ ପାଖରେ ପହଂଚିଛି।

ରାଜ୍ୟର ଏହି କରୁଣା ଚିତ୍ର ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକଙ୍କୁ ଆନ୍ଦୋଳିତ କରିଥିଲା। ଶିଶୁ କଲ୍ୟାଣ ଯୋଜନାରେ ଯାହା ବ୍ୟବସ୍ଥା ଥିଲା ତାହା ବ୍ୟତୀତ ଆଶୀର୍ବାଦ ଯୋଜନାରେ ପିଲାମାନଙ୍କ ପାଠପଢା ସହିତ ପରିବାରକୁ ସୁରକ୍ଷାର ଏକ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କଲେ। ମୃତ ପରିବାରର ପିଲାଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ ମାସିକ ଆର୍ଥିକ ସହାୟତା ଏବଂ ଯେଉଁ ସ୍କୁଲରେ ପଢୁଥିଲେବି ସମସ୍ତ ଦେୟ ମୁକ୍ତ କରିବାକୁ ବିଧିବଦ୍ଧ ଭାବେ ଘୋଷଣା କରାଗଲା। ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ଘର ନଥିଲେ ବିଜୁ ପକ୍କା ଘର, ମଧୁବାବୁ ପେନସନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଓ ଏହା ଛଡା, ପ୍ରତେକ ମୃତକଙ୍କ ପରିବାରକୁ ଏକ କାଳୀନ ୫୦୦୦୦ ଟଙ୍କାର ସ୍ୱତନ୍ତ୍ର ସହାୟତା ପାଇପାରିବେ। ଏହି ଯୋଜନା ଗୁଡିକ ମୃତ ପରିବାରଙ୍କ ପାଖରେ ପହଁଚିଲା କି ନାହିଁ ତାହା ଅନୁଧ୍ୟାନ କରିବା ପାଇଁ ସାଂସଦ ସୁବାସ ସିଂହ, ସଂପୃକ୍ତ ପରିବାର ଗୁଡିକୁ ସେମାନଙ୍କ ଘରେ ପହଁଞ୍ଚି, ସାକ୍ଷାତ ଆଲୋଚନା କରିଥଲେ। ଏହି ଅଭିନବ ପ୍ରୟାସ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ସାମାଜିକ କାର୍ଯ୍ୟକ୍ରମ ଅନୁଯାଇ ସମସ୍ତ ପରିବାର ପକ୍ଷରେ ଏହି ସହାୟତା ପହଂଚି ପାରିବ ତା’ର ବ୍ୟବସ୍ଥା କରିଥିଲେ।

ଗତ କାଲି ୱାର୍ଡ ନଂ ୧୬, ଗୋରା କବର, ତୁଳସୀପୁରର କୋଭିଡ ମୃତ, ସେକ ନସିମଙ୍କ ପରିବାର କୁ ସାକ୍ଷାତ କରି, ତାର କରୁଣ ଚିତ୍ର ଦେଖିଥିଲେ। ଉକ୍ତ ବ୍ୟକ୍ତି କଟକର ସିଫା ହସ୍ପିଟାଲ ରେ ମୃତୁ ବାରଣ କରିଥିଲେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ କରୋନା ସାର୍ଟିଫିକଟେ ପାଇପାରିନାହାନ୍ତି। ତାଙ୍କର ଗୋଟିଏ ଝିଅ, ବେସରକାରୀ ଇଂଲିଶ ମିଡ଼ିଉମ ସ୍କୁଲରେ ଷଷ୍ଠଶ୍ରେଣୀରେ ପଢୁଥିଲେ ମଧ୍ୟ, ତାଙ୍କୁ ସ୍କୁଲରୁ ବିଦା କରିଦିଆଗଲା, ସେ ବର୍ତ୍ତମାନ ରଘୁନାଥ ଜୀଉ ବିଦ୍ୟାଳୟରେ ଅଧୟନରତ। ଉକ୍ତ ମୃତ ବ୍ୟକ୍ତି ଜଣେ ଗ୍ୟାରେଜ ମେକାନିକ ଭାବରେ କାର୍ଯ୍ୟ କରୁଥିଲେ। ସାଂସଦ ଏହି ଘଟଣା ଜାଣିବା ପରେ ସଂଗେ ସଂଗେ ଡ଼ଃ ଉମେଶ ରାୟଙ୍କୁ ଯୋଗ ଯୋଗ କରିବା ପରେ ତାଙ୍କୁ କୋଭିଡି ସାର୍ଟିଫିକେଟ ତୁରନ୍ତ ଯାଗାଇଦିଆଯିବାର ବ୍ୟବସ୍ଥା ଗ୍ରହଣ କଲେ। ସେହିପରି ୮ ନଂ ୱାର୍ଡ, ପିୟୁଷ ଭୁଆଁ, ବୟସ ୫୫ ବର୍ଷ, ଏବଂ ତୁଳସୀପୁର ବାଉରୀ ସାହିର ଅଭୟ କୁମାର କର, ବୟସ ୫୯ ବର୍ଷ, ଏବଂ ତୁଳସୀପୁର ଗୋରା କବରର ମହମଦ ଜାବିର ହୁସେନ, ବୟସ ୫୫ ବର୍ଷ ରେ ମୃତୁ ବରଣ କରିଥିଲେ। ଏ ସମସ୍ତଙ୍କର କୋଭିଡି ସାର୍ଟିଫିକେଟ ନ ଥିବାରୁ ଭିନ୍ନ ଭିନ୍ନ ସରକାରୀ ସୁବିଧା ପାଇବା ନିମନ୍ତେ ସମସ୍ତ ପ୍ରକାର ସୁବିଧା ସାଂସଦ ପଦକ୍ଷପ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସ୍ୱାସ୍ଥ୍ୟ କମିଟି ଅଧକ୍ଷ ଶ୍ରୀ ରଞ୍ଜନ ବିଶ୍ୱାଳ, ପୂର୍ବତନ କର୍ପୋରେଟର ରମଜାନ ଖାଁ, ବିକାଶ ବେହେରା, ନାମିତ ବାରିକ, ପ୍ରଫୁଲ ବେହେରା, ୱାର୍ଡ ସଭାପତି ଜଗନ୍ନାଥ ସ୍ୱାଇଁ, ସତ୍ୟବର ରଣା, ଚିତସାମନ୍ତରାୟ, ପ୍ରକାଶ କୁମାର ରାଉତ, ବସନ୍ତ ସାହୁ, ରାଧେଶ୍ୟାମ ସାହୁ, ପ୍ରଦୀପ ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.