Home ଓଡ଼ିଶା ରଣପୁର ଅଂଚଳ ରେ ଗହ୍ମାସୁର ବଧ ଓ ବଳଭଦ୍ର ଜନ୍ମ  ପାଳିତ

ରଣପୁର ଅଂଚଳ ରେ ଗହ୍ମାସୁର ବଧ ଓ ବଳଭଦ୍ର ଜନ୍ମ  ପାଳିତ

34

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୨/୦୮- ରଣପୁର ଅଂଚଳ ର ମଠ , ଜଗନ୍ନାଥ ମନ୍ଦିର ଓ ପୁରପଲ୍ଲୀ ରେ ବଳଭଦ୍ର ଜନ୍ମ ଉତ୍ସବ ପାଳିତ ହୋଇଯାଇଅଛି । ଏହି ପର୍ବ କୁ ଘରେ ଘରେ ପୁରପଲ୍ଲୀ ରେ ରାକ୍ଷୀ ବନ୍ଧନ ଉତ୍ସବ ସାଙ୍ଗ କୁ ଗୋମାତା ଙ୍କୁ ସିନ୍ଦୁର , ଚନ୍ଦନ, ପୁଷ୍ପ ଦେଇ ପୁଜା କରିବା ସହ ଏଣ୍ଡୁଳି ପିଠା ଖାଇବାକୁ ଦିଆଯାଇଥାଏ । ପ୍ରତ୍ୟେକ ପରିବାର ରେ ଭାଇ ହାତରେ ଭଉଣୀ ରକ୍ଷା କବଚ ସ୍ୱରୂପ ରାକ୍ଷୀ ବାନ୍ଧୀ ଫୁଲ ଚନ୍ଦନ ଲଗାଇ ମିଷ୍ଠାନ୍ନ ଖାଇବାକୁ ଦିଆଯାଇଥାଏ ।

ପ୍ରଥା ପରମ୍ପରା ଅନୁଯାଇ ଜଗନ୍ନାଥ ମନ୍ଦିର ରୁ ପ୍ରଭୁ ସୁଦର୍ଶନ ଛତିଶା ନିଯୋଗ ରେ ରଣପୁର ବଡ ଦାଣ୍ଡ ଦେଇ ଗହ୍ମା ପଡିଆ କୁ ଯାଇଥିଲେ । ସେଠାରେ ବାଲୁକା ନିର୍ମିତ ଏକ ଗହ୍ମାସୁର ପ୍ରତିମୃର୍ତ୍ତି କୁ ପ୍ରଭୁ ସୁଦର୍ଶନ ବଧ କରିଥିଲେ । ତାପରେ ପୂଜାଚ୍ଚନା କରାଯାଇ ମନ୍ଦିର କୁ ପ୍ରତ୍ୟାବର୍ତନ କରିଥିôଲେ । କିମ୍ବଦନ୍ତୀ ଅନୁଯାଇ ଶ୍ରାବଣ ପୁର୍ଣ୍ଣିମା ଦିନ ଗହ୍ମାସୁର ନାମକ ଏକ ଅସୁର ଆଦୀମ କାଳ ରେ ଉତ୍ପାତ କରୁଥିବା ଯୋଗୁଁ ତାକୁ ବଧ କରାଯାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.