Home ଓଡ଼ିଶା ଚାନ୍ଦପୁର ପୋଲିସ ଦ୍ୱାରା ୩ ମାମଲା ରେ ୪ ଅଭିଯୁକ୍ତ କୋର୍ଟ ଚାଲାଣ

ଚାନ୍ଦପୁର ପୋଲିସ ଦ୍ୱାରା ୩ ମାମଲା ରେ ୪ ଅଭିଯୁକ୍ତ କୋର୍ଟ ଚାଲାଣ

36

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୨/୦୮- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପୋଲିସ ତରଫରୁ ବିଭିନ୍ନ ମାମଲା ରେ ଅପରାଧିଙ୍କୁ ଧରପଗଡ ଜୋରଦାର କରିବାରେ ଲାଗିଛି । ଅଗଷ୍ଟ ୨୨ ତାରିଖ ରେ ୩ ଗୋଟି ଭିନ୍ନ ମାମଲାରେ ୪ ଜଣ ଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗତ ୩ ଦିନ ମଧ୍ୟରେ ୨୭ ଜଣ ଅଭିଯୁକ୍ତ ଙ୍କୁ ଭିନ୍ନ ଭିନ୍ନ ମାମଲା ରେ କୋର୍ଟ ଚାଲାଣ କରି ନୟାଗଡ ଜିଲ୍ଲା ରେ ରେକର୍ଡ ସୃଷ୍ଟି କରିଛି । କୋର୍ଟ ଚାଲାଣ କରିଥିବା ଅଭିଯୁକ୍ତ ମାନେ ହେଲେ ଗଣେଷ ବେହେରା  ଯେ କି ଚାନ୍ଦପୁର ଅଂଚଳର ଉଲ୍ଲାସ ସାହୁ , ଦାଶରଥି ସାହୁ  ଓ ଅନ୍ୟ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ୨ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଜାଲିଆତି କରି ନିଜ  ବ୍ୟାଙ୍କ ଖାତା କୁ ଉଠାଇ ନେଇ ଫେରାର ହୋଇଥିଲା । ୬ ମାସ ପରେ ଚାନ୍ଦପୁର ପୋଲିସ ତାକୁ ଚିହ୍ନଟ କରି ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅଂଚଳ ରୁ ଗିରଫ କରିଥିଲା ।

ସେହିଭଳି ଭାବରେ ଚାନ୍ଦପୁର ଥାନା ଅଂଚଳ ର ଜଣେ ନାବାଳିକା କନ୍ୟା କୁ ରାଜସୁନାଖଳା ର ଦିବ୍ୟଜ୍ୟୋତି ନାୟକ ଓରଫ୍ ରିଙ୍କୁ ଅପହରଣ କରି ନେଇଯାଇଥିଲା । ସେ ବାରିପଦା ଅଂଚଳ ରେ ରହୁଥିବା ବେଳେ ପୋଲିସ ତାକୁ ଟ୍ରାକ କରି ଭୂବନେଶ୍ୱର ଖଣ୍ଡଗିରି ଥାନା ଅଂଚଳ ରୁ ଗିରଫ କରି ନାବାଳିକା କୁ ମଧ୍ୟ ଉଦ୍ଧାର କରିଥିଲା । ଅଭିଯୁକ୍ତ ଦିବ୍ୟଜ୍ୟୋତି ଜଣେ ଦୁର୍ଦାନ୍ତ ଅପରାଧି ବମ୍ ପକାଇବା , ଛିନ୍‌ତାଇ କରିବା ଓ ଡକାୟତି କରିବା ଆଦି ମାମଲା ରେ ଜଡିତ ଥିବା ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ସୂଚନା ଦେଇଛନ୍ତି ।  ସେହିଭଳି ଭାବରେ ଚାନ୍ଦପୁର ଅଂଚଳ ର ଜଣେ ଯୁବତୀ ଙ୍କ ଫଟୋ ଭାଇରାଲ୍ କରିବାର ଅଭିଯୋଗ ୬ ଘଣ୍ଟା ଭିତରେ ପୋଲିସ ଖଣ୍ଡିଆବନ୍ଧ ର ଉମାକାନ୍ତ ସ୍ୱାଇଁ ଓ ରାଇପଡା ର ରାକେଶ ରଣସିଂହ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.