Home ଓଡ଼ିଶା ବିଦ୍ୟୁତ୍ ବିତରଣ ରେ ମନୋମୁଖି କାର୍ଯ୍ୟ କୁ ଗ୍ରାମବାସୀ ଙ୍କ ବିରୋଧ

ବିଦ୍ୟୁତ୍ ବିତରଣ ରେ ମନୋମୁଖି କାର୍ଯ୍ୟ କୁ ଗ୍ରାମବାସୀ ଙ୍କ ବିରୋଧ

65

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୨/୦୮- ରାଜ୍ୟ ରେ ବିଦ୍ୟୁତ୍ ଶକ୍ତି ବିତରଣ ରେ ସୁଧାର ଆସିବା ପାଇଁ ରାଜ୍ୟ ସରକାର ଟାଟା କମ୍ପାନୀ କୁ ବିତରଣ ଦାୟୀତ୍ୱ ଦେଲେ । ହୀତାଧିକାରୀ ଙ୍କ ମନରେ ଆଶା ସଂଚାର ହେଲା ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ରେ ସୁଧାର ଆସିବ । କିନ୍ତୁ ଯେଉଁ ଅବସ୍ଥା କୁ ସେହି ଅବସ୍ଥା । ସୁଧାର ଆସିବା ପରିବର୍ତ୍ତେ ବିଦ୍ୟୁତ୍ ଶୁଳ୍କ ଆଦାୟ କରୁଥିବା ସ୍ୱଂୟ ସହାୟୀକା ଗୋଷ୍ଠୀ ର ବ୍ୟବହାର ଯୋଗୁଁ ହୀତାଧିକାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେଥିପାଇଁ ଗ୍ରାମବାସୀ ବୈଠକ ଆରମ୍ଭ କରିଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ କନ୍ଧନୟାଗଡ ରେ । ଗ୍ରାମବାସୀ ମାନେ ଅଗଷ୍ଟ ୨୨ ତାରିଖ ଅପରାହ୍ନ ରେ କନ୍ଧନୟାଗଡ ଡୋମଣି ଠାକୁରାଣୀ ପୀଠ ରେ ଏକ ବୈଠକ କରି ଏହାର ପ୍ରତିବାଦ କରିଛନ୍ତି ।

ବିଦ୍ୟୁତ୍ ଦେୟ ଆଦାୟ କରୁଥିବା ସ୍ୱଂୟ ସହାୟୀକା ଗୋଷ୍ଠୀ ମାନେ ବିଦ୍ୟୁତ୍ ସଂଯୋଗ ମିଟର ଠିକ୍ ଥିଲେ ସୁଦ୍ଧା ନୂତନ ମିଟର ବସାଇବା ପାଇଁ ବାଧ୍ୟ କରୁଛନ୍ତି । ମିଟର ରେ ରିଡିଙ୍ଗ୍ ଅଧିକ ଦେଖାଇ ଅଧିକ ଦେୟ ଆଦାୟ କରୁଛନ୍ତି । ବକେୟା ବିଦ୍ୟୁତ୍ ଦେୟ କୁ ତୁରନ୍ତ ନଦେଲେ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରି ଗୁଣ୍ଡା ଭଳି ବ୍ୟବହାର ଦେଖାଉଥିବା ଅଭିଯୋଗ ହେଉଛି । ଆଗାମୀ ଦିନରେ ଏଭଳି ମନମୁଖି କାର୍ଯ୍ୟ ବନ୍ଦ ନହେଲେ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିବା ଜଣାପଡିଛି । ଏହି ବୈଠକ ରେ ଉପଭୋକ୍ତା ବିପିନ୍ ବିହାରୀ ନାୟକ , ତାପସ ମାର୍ଥା , ପ୍ରଭାତ ପ୍ରଧାନ , ବିମଳ ବେହେରା , ପ୍ରଶାନ୍ତ ନାୟକ ,  ଅଜୟ ରାମ , ରଞ୍ଜନ ଖମାରୀ , ନିଧି ବେହେରା , ପ୍ରଦିପ ମହାପାତ୍ର , ଲକ୍ଷ୍ମୀପ୍ରିୟା ଖମାରୀ  ଆଦି ଅନେକ ଉପଭୋକ୍ତା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.