Home ଓଡ଼ିଶା ରଣପୁର ଅଂଚଳରେ ଆସନ୍ନ ମରୁଡ଼ିର ପଦଧ୍ୱନି

ରଣପୁର ଅଂଚଳରେ ଆସନ୍ନ ମରୁଡ଼ିର ପଦଧ୍ୱନି

76

ନୟାଗଡ଼ ୩୧/୦୭ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଅନିୟମିତ ମୈାସୁମୀ ପ୍ରଥମ ବର୍ଷାରେ କୃଷକ ମାନେ ଧାର କରଜ କରି ଜମି କାଦୁଅ କରି ଧାନ ରୋଇଲେ। କିନ୍ତୁ ମୈାସୁମୀ ବର୍ଷାର ଲୁଚକାଳି ଖେଳ ଚାଷୀ ମାନଙ୍କ ମେରୁଦଣ୍ଡ କୁ ଭାଙ୍ଗି ଦେବାକୁ ବସିଲାଣି। ବର୍ଷା ଅଭାବ ରୁ ରୂଆ ଧାନଜମି ଫାଟି ଧାନସବୁ ଶୁଖିବାକୁ ବସିଲାଣି। ମରୁଡି ର କରାଳ ଛାୟା ର ପଦଧ୍ୱନି ଶୁଭୁଥିବା ବେଳେ କୈାଣସି ସରକାରୀ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ନଦୀ କୂଳିଆ ଜମି କୁ ଜଳସେଚିତ କରିବା ପାଇଁ ଉଠା ଜଳସେଚନ ବିଭାଗ ମନ୍ଦାକିନୀ ନଦୀ କୂଳ ରେ ଅନେକ ପ୍ରକଳ୍ପ କରିଛନ୍ତି। କିନ୍ତୁ ମନ୍ଦାକିନୀ ନଦୀ କୂଳ ଲତାର ଠାରେ ଥିବା ଗୋଟିଏ ପ୍ରକଳ୍ପ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ସମସ୍ତ ପ୍ରକଳ୍ପ କାର୍ଯ୍ୟ କରୁନାହିଁ।

ଏ ସର୍ମ୍ପକେ ନୟାଗଡ ଉଠା ଜଳସେଚନ ସହକାରୀ ଯନ୍ତ୍ରୀ ନିରଞ୍ଜନ ବାବୁ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଆମ୍ଭେ ପ୍ରକଳ୍ପ କାର୍ଯ୍ୟ ଶେଷ କଲାପରେ କୃଷକ ମାନଙ୍କୁ ନେଇ ପାଣି ପଞ୍ଚାୟତ ଗଠନ କରି ସେମାନଙ୍କ ସାମ୍ନାରେ ପ୍ରକଳ୍ପ କାର୍ଯ୍ୟ କରାଇ ଫଟୋ ଉଠାଇ ଆସିଲୁ। ଏକ ବର୍ଷ ଭିତରେ ପ୍ରକଳ୍ପର କିଛି ଅସୁବିଧା ହେଲେ କୃଷକ ମାନେ ଅଭିଯୋଗ କଲେ ଠିକାଦାର ତାର ଗ୍ୟାରେଣ୍ଟି ପିରଡ୍ ମଧ୍ୟରେ କାର୍ଯ୍ୟ କରିବ। ଆମ୍ଭ ପାଖରେ କର୍ମଚାରୀ ବଳ ନାହିଁ ଯେ ଆମ୍ଭେ ପ୍ରକଳ୍ପ ଗୁଡିକ ପଛରେ ଗୋଡାଇବୁ। ପ୍ରକଳ୍ପ ନିର୍ମାଣ ପରେ ଆମ୍ଭ କାର୍ଯ୍ୟ ଶେଷ ହୋଇଛି। ଜିଲ୍ଲା ଉଚ୍ଚକର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ କେତେ ପ୍ରକଳ୍ପ କାର୍ଯ୍ୟ କରୁଅଛି ଓ କେତେ ଜମି ଜଳ ସେଚିତ ହେଉଛି ତାହାର ତଦନ୍ତ କରିବା ପାଇଁ କୃଷକ ମାନେ ଅନୁରୋଧ କରିବା ସହିତ ମରୁଡିର ପ୍ରାଥମିକ ସହାୟତା ଯୋଗାଇ ଦେବା ପାଇଁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.