Home ଜିଲ୍ଲା ପରିକ୍ରମା ଭଦ୍ରକରେ କାର୍ଯ୍ୟକ୍ଷମ ହେଲା ସିସିଟିଭି କ୍ୟାମେରା

ଭଦ୍ରକରେ କାର୍ଯ୍ୟକ୍ଷମ ହେଲା ସିସିଟିଭି କ୍ୟାମେରା

23

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜିଠାରୁ ଭଦ୍ରକ ପୌରପାଳିକା ଓ ଜିଲା ପୁଲିସ୍ ପ୍ରଶାସନର ମିଳିତ ସହଯୋଗରେ ଭଦ୍ରକ ସହରରେ କାର୍ଯ୍ୟକ୍ଷମ ହେଲା ସିସିଟିଭି କ୍ୟାମେରା। ଏଥି ଉପଲକ୍ଷେ ଆଜି ଭଦ୍ରକର ଡିଆଇବି କାର୍ଯ୍ୟାଳୟ ପରିସରରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳଙ୍କ କର କମଳରେ ଏହା ଉଦ୍‌ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୌରାଧ୍ୟକ୍ଷ ଗୁଲମକ୍‌ୀ ହବିବ, ଡିଆଇବି ଡିଏସ୍‌ପି କମଳ ଲୋଚନ ଭୂୟାଁଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ଭଦ୍ରକର ବନ୍ତଛକ ବସ୍‌ଷ୍ଟାଣ୍ଡ, ଅପର୍ତ୍ତିବିନ୍ଧା ସ୍ଥିତ ଏସ୍‌ବିଆ ସମ୍ମୁଖ, ଚାନ୍ଦବାଲି ବାଇପାସ୍ ରୋଡ୍‌, ପୁରୁଣାବଜାର ଛକ ଓ ହଳଦିଡିହ ବାଇପାସ୍ ଭଳି ପ୍ରମୁଖ ୫ଟି ସ୍ଥାନରେ ଏହି ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ କରାଯାଇଛି। ଏହାଦ୍ୱାରା ସହରରେ ଘଟୁଥିବା ଅପରାଧ ଓ ଅସାମାଜିକ କାର୍ଯ୍ୟକଳାପୁ ରୋକାଯାଇପାରିବ ବୋଲି ଏସ୍‌ପି ଶ୍ରୀ ମୀନା ଗଣମାଧ୍ୟମକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.