Home ଜିଲ୍ଲା ପରିକ୍ରମା ଗୋ ମାତାଙ୍କୁ ଫାଟୁଆ ରୋଗ ଚିକିତ୍ସା କରୁଛନ୍ତି ଗୋ ସେବକ ସନାତନ

ଗୋ ମାତାଙ୍କୁ ଫାଟୁଆ ରୋଗ ଚିକିତ୍ସା କରୁଛନ୍ତି ଗୋ ସେବକ ସନାତନ

28

ନୟାଗଡ଼ ୩୧/୦୭ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ପ୍ରାଣୀଧନ କେନ୍ଦ୍ର ମାନଙ୍କରେ ଘୋର ଡାକ୍ତର ଅଭାବ। ପ୍ରାଣୀଧନ ମାନଙ୍କର ଜୀବନ ବିପର୍ଣ୍ଣ। ତା ସହିତ ଗୋ ମାତା ମାନଙ୍କୁ ବ୍ୟାପିଛି ଏବେ ଫାଟୁଆ ରୋଗ। ଡାକ୍ତରୀ ଦଳ ର ଅଭାବ ସମୟରେ ଗୋ ଚିକିତ୍ସା ପାଇଁ ନିଜ ଦଳବଳ ନେଇ ଆଗେଇ ଆସିଛନ୍ତି ଗୋ ସେବକ ସନାତନ। ଯେ କି ନିଜସ୍ୱ ଉଦ୍ୟମ ରେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ମଧ୍ୟରେ ଆରମ୍ଭ କରିଛନ୍ତି ଏକ ଗୋ ଶାଳା। ଗୋ ଶାଳା ରେ ଦିନ ସାରା ଗୋ ମାତା ମାନଙ୍କର ସେବା ଓ ଖାଦ୍ୟ ପାନୀୟ ଦେବାରେ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି।

ସଂନ୍ଧ୍ୟା ହେଲେ ନିଜର ଦଳବଳ ଧରି ବାହାରି ପଡନ୍ତି ଫାଟୁଆ ରୋଗରେ ପୀଡିତ ହୋଇ ରାସ୍ତା କଡରେ ପଡିଥିବା ଗୋ ମାତା ମାନଙ୍କର ସେବା କରିବା ପାଇଁ। ଫାଟୁଆ ରୋଗ ବ୍ୟାପିଥିବା ଯୋଗୁଁ ଅନେକ ଗାଈ ଗୋରୁ ରାସ୍ତା କଡରେ ଯନ୍ତ୍ରଣାରେ ପଡି ଛଟପଟ ହେଉଥିବାର ଦେଖିବାକୁ ମିଳୁଛି। ଗୋ ସେବକ ସନାତନ ଙ୍କର ଏଭଳି ଗୋ ସେବା ଦେଖି ଜନସାଧାରଣ ତାଙ୍କୁ ଧନ୍ୟବାଦ ଦେଉଛନ୍ତି। ରଣପୁର ଅଂଚଳ ରେ ଫାଟୁଆ ରୋଗ ମାଡିବା ସର୍ମ୍ପକେ ରଣପୁର ପଶୁଧନ ଚିକିତ୍ସା କେନ୍ଦ୍ର ଡାକ୍ତର ଆଚାର୍ଯ୍ୟ ଚନ୍ଦ୍ରକାନ୍ତ ପଟ୍ଟଯୋଶୀ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.