Home ଓଡ଼ିଶା ରଣପୁର ଅଂଚଳରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରୟ ରୋକିବାକୁ ବିଭାଗୀୟ ବିଫଳତା

ରଣପୁର ଅଂଚଳରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରୟ ରୋକିବାକୁ ବିଭାଗୀୟ ବିଫଳତା

21

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୧୨- ସାରା ରାଜ୍ୟରେ କଟକ ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ଅପ ମିଶ୍ରଣର ପର୍ଦାଫାସ୍ ହେଉଥିବା ବେଳେ ଗ୍ରାମାଞ୍ଚଳକୁ କେହି ଦୃଷ୍ଟି ଦେଉନାହାଁନ୍ତି ।  ସେଥିପାଇଁ ଅବଶ୍ୟ ଖାଦ୍ୟ ନିରିକ୍ଷଖ ବିଭାଗ ରହିଛି । କିନ୍ତୁ ସେମାନେ ଦୁଇ ତିନି ମାସରେ ବଡ ବଡ ଦୋକାନରୁ ଖାଦ୍ୟର ନମୁନା ସଂଗ୍ରହ କରିବା ସହ ମାସିକିଆ ବଟିନେଇ ଚୁପ୍‌ଚାପ୍‌  ରହୁଥିବା ଅଭିଯୋଗ ହେଉଛି । ଯାହାଫଳରେ ଅପମିଶ୍ରିତ ଖାଦ୍ୟ ଖାଇ ଖାଉଟି ମାନଙ୍କର ଗ୍ୟାସ୍ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ପେଟ ରୋଗ ବଢୁଥିବା ଦେଖାଦେଉଛି । ସେଭଳି ଘଟଣା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ।  ସ୍ୱାଦବିହିନ  , ଗନ୍ଧ ବିହିନ ତେଳ ଘିଅ ବିଭିନ୍ନ ନାମିଦାମୀ କମ୍ପାନୀର ଲେବୁଲ୍ ଲଗାଇ ବିକ୍ରୟ ହେଉଛି । ମଉଦା ସୁଜି ଠାରୁ ଆରମ୍ଭ କରି ଛେନା ପନିର୍ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟ ପଦାର୍ଥ ରଣପୁର ଅଂଚଳରେ ବିକ୍ରୟ ଚାଲିଛି ।  ଗାଁ ଗହଳି ଦୋକାନ କଥା ନକହିବା ଭଲ । ତେଳ ଠାରୁ ଘିଅ ଓ ଖାଦ୍ୟ ସାମଗ୍ରୀ ସମସ୍ତ ଭେଜାଲ୍ ଅପମିଶ୍ରିତ  ବିକ୍ରୟ ହେଉଥିବା ଅଭିଯୋଗ ହେଉଛି ।

ଏ ସର୍ମ୍ପକରେ ନୟାଗଡ ଜିଲ୍ଲା ଖାଦ୍ୟ ନିରୀକ୍ଷିକା ନିବେଦିତା ଭଟ୍ଟ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି କର୍ମଚାରୀ ଅଭାବ ସାଙ୍ଗକୁ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ରହୁଛି । କିନ୍ତୁ ସମୟ ଅଭାବ ଯୋଗୁଁ ୮ ଗୋଟି ବ୍ଲକ ଓ ୩ ଗୋଟି ବିଜ୍ଞାପିତ ଅଂଚଳ ପରିଷଦରେ ସଠିକ୍ ନିରିକ୍ଷଣ ହୋଇପାରୁ ନାହିଁ । ତଥାପି ଚାରି ଛଅ ମାସରେ ରଣପୁର ଅଂଚଳରେ ଥିବା ବଡ ବଡ ଦୋକାନରୁ ନମୁନା ସଂଗ୍ରହକରି ପଠାଯାଉଛି । କିନ୍ତୁ ଦୋକାନୀ ଙ୍କ ଦୋକାନରୁ ନମୁନା ସଂଗ୍ରହ ହେଉଛି ।  ସେମାନଙ୍କ ଗୋଦାମରେ ଅପମିଶ୍ରିତ ଖାଦ୍ୟ ତେଲ ରଖୁଥିବା କଥା ଆମେ ଜାଣିପାରୁନାହୁଁ । ଗ୍ରାମାଞ୍ଚଳରେ   ତିନି ଚାରି ଗୋଟି ନକଲି ଲେବୁଲ ଥିବା ତୈଳଜାତ ସାମଗ୍ରୀ ବିକ୍ରୟ ହେଉଥିବା ନଜରକୁ ଆସିଛି । ମାସେ ଦୁଇ ମାସ ଭିତରେ ରଣପୁର ଅଂଚଳରେ ଚଢାଉ କରାଯିବ ।  ଏ ସର୍ମ୍ପକେ ନୟାଗଡ ଜିଲ୍ଲା ପ୍ରଶାସନ  ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷକ ଖାଦ୍ୟ ବିଭାଗ ମିଳିତ କମିଟି ଗଠନ କରି ଛାନ୍ନଭିନ୍‌  କରିବାକୁ ରଣପୁର ଖାଉଟି ମାନେ ଅନୁରୋଧ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.