Home Top News ଓଡିଶାର ଗରିବ ଆଦିବାସୀଙ୍କୁ ପିଏମ୍‍ଏୱାଇ ଘର ନଦେବାକୁ ବିଜେପିର ଷଡଯନ୍ତ୍ର : ବିଜେଡି

ଓଡିଶାର ଗରିବ ଆଦିବାସୀଙ୍କୁ ପିଏମ୍‍ଏୱାଇ ଘର ନଦେବାକୁ ବିଜେପିର ଷଡଯନ୍ତ୍ର : ବିଜେଡି

44

ଭୁବନେଶ୍ୱର, ୦୭/୧୨ (ଓଡ଼ିଆ ପୁଅ) : ଓଡିଶା ବିଜେପି ରାଜ୍ୟର କେବିକେ ଅଞ୍ଚଳ, ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ପ୍ରାୟ ୬ ଲକ୍ଷ ଗରିବ ଆଦିବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଘର ପାଇବାରୁ ବଞ୍ଚିତ କରିବାକୁ ଷଡଯନ୍ତ୍ର କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଓଡିଶାର ୬ ଲକ୍ଷ ପରିବାର ବିରୁଦ୍ଧରେ ଏହି ଷଡଯନ୍ତ୍ର ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଓଡିଶାର ବିଜେପି ସାଂସଦମାନେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ମିଛରେ ଦାବି କରିଥିଲେ ଯେ ପିଏମ୍‍ଏୱାଇ ଯୋଜନାରେ ଅନିୟମିତତା ହୋଇଛି ଏବଂ ୬ ଲକ୍ଷ ଘର ଆଦିବାସୀଙ୍କୁ ଦିଆଯାଇ ନାହିଁ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜୁଲାଇ ୨୦୨୧ରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପିଏମ୍‍ଏୱାଇ ଯୋଜନାର ଆୱାସ ପ୍ଲସ୍ ପୋର୍ଟାଲ୍ ଖୋଲିବାକୁ ଅନୁରୋଧ କରିଥିଲେ, କାରଣ ଛଅମାସ ହେଲା ଓଡିଶା ବିଜେପିର ଷଡଯନ୍ତ୍ର ଯୋଗୁଁ କେନ୍ଦ୍ର ଦ୍ୱାରା ଆୱାସ ପ୍ଲସ ପୋର୍ଟାଲ ଖୋଲାହେଲା ନାହିଁ କି ଓଡିଶାର ଲୋକଙ୍କୁ ୬ ଲକ୍ଷ ଘର ଯୋଗାଇ ଦିଆଗଲା ନାହିଁ। ଓଡିଶା ବିଜେପିର ଏହି ଓଡିଶା ବିରୋଧୀ, କେବିକେ ଅଞ୍ଚଳ ବିରୋଧୀ, ଆଦିବାସୀ ବିରୋଧୀ ଆଭିମୁଖ୍ୟକୁ ଆମେ ଦୃଢ ଭାବେ ନିନ୍ଦା କରୁଛୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଓଡିଶାର ଜନଜାତି ବିଶେଷକରି ଓଡିଶାର କେବିକେ ଅଞ୍ଚଳ, ଦକ୍ଷିଣ ଏବଂ ପଶ୍ଚିମ ଓଡିଶାର ଲୋକମାନେ ଓଡିଶା ବିଜେପି ତଥା ଓଡିଶା ବିଜେପିର ସାଂସଦମାନଙ୍କୁ ପିଏମ୍‍ଏୱାଇ ଯୋଜନା ଅଧୀନରେ ଥିବା ୬ ଲକ୍ଷ ଘର ପାଇବାରୁ ସେମାନଙ୍କୁ ବଞ୍ଚିତ କରିଥିବାରୁ ଆଦୌ କ୍ଷମା କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.