Home ଓଡ଼ିଶା ମିଳୁନି ସର୍ପାଘାତ ସରକାରୀ ସହାୟତା…ସଞ୍ଜୁ ପ୍ରଧାନଙ୍କ ଦୁଃଖ ହଟିବ କେବେ

ମିଳୁନି ସର୍ପାଘାତ ସରକାରୀ ସହାୟତା…ସଞ୍ଜୁ ପ୍ରଧାନଙ୍କ ଦୁଃଖ ହଟିବ କେବେ

60

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୧୨- ସରକାର ସାମାଜିକ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ସେ ଭିତରେ ରହିଛି ସର୍ପାଘାତରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ତାହବି ଜରୁରୀକାଳୀନ ବିଭାଗ ମାଧ୍ୟମରେ ପ୍ରଦାନ କରାଯିବ । କିନ୍ତୁ ବିଭାଗୀୟ ଅବହେଳା ଯୋଗୁଁ ଅନେକ ପରିବାର ଦୁଃଖରେ କାଳ କାଟୁଛନ୍ତି । ସେଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ତହସିଲ ଅପହଂଚ ଅଂଚଳ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ନେଳିପଡା ଗ୍ରାମରେ । ନେଳିପଡା ଗ୍ରାମର ସର୍ପାଘାତରେ ମୃତ ୰ ଭୀମ ପ୍ରଧାନଙ୍କ ସ୍ତ୍ରୀ ୨ଟି ଛୋଟ ଛୋଟ ପୁଅ ଝିଅଙ୍କୁ ଧରି ଅପାସୋରା ଦୁଃଖରେ କାଳ କାଟୁଛନ୍ତି ବିଧବା ସଞ୍ଜୁ ପ୍ରଧାନ । ବର୍ଷ ପରେ ବର୍ଷ ବିତି ଯାଇଛି ପ୍ରଶାସନିକ ଅବହେଳା ଯୋଗୁଁ ସ୍ୱାମୀଙ୍କ ସର୍ପାଘାତରେ ମୁତ୍ୟୁର ୪ ବର୍ଷ ପରେ ବି  ମିଲୁନି ସରକାରୀ ଆର୍ଥିକ ସହାୟତା । ଯାହାଫଳରେ ଜଙ୍ଗଲରୁ ଫଳମୁଳ ଗଛଚେର ମେଣ୍ଟାଉଛି ପରିବାରର କ୍ଷୁଧା ଯନ୍ତ୍ରଣା । ସରକାରୀ ଭାବେ ମିଳୁଛି ବିଧବା ଭତା ଓ ୧୫ କେଜି ଖାଉଟି ଚାଉଳ । ଏ ଅପାସୋରା ଦୁଃଖ ଜୀବନ ପ୍ରତି ବିତୃର୍ଣ୍ଣା ଭରିଦେଇଛି ବୋଲି କିହନ୍ତି ସଞ୍ଜୁ ପ୍ରଧାନ । ଘଟଣାରୁ ପ୍ରକାଶ ୨୦୧୭ ମସିହାରେ ସଞ୍ଜୁ ପ୍ରଧାନଙ୍କ ସ୍ୱାମୀ ଭୀମ ପ୍ରଧାନ ନିଜ ଶଶୁର ଘର ଓଡଗାଁ ତହସିଲ ଗୋଚ୍ଛା ଗ୍ରାମକୁ ଯାଇଥିବା ବେଳେ ସର୍ପାଘାତରେ ମୁତ୍ୟୁ ବରଣ କରିଥିଲେ ।

ସମସ୍ତ କାଗଜପତ୍ର ଠିକ୍ ଥିଲେ ମଧ୍ୟ ସରକାରୀ ଆର୍ଥିକ ସହାୟତା ନ ମିଳିବାରୁ ଦୈନିକ  ଖବର ଓଡିଆ ପୁଅରେ ଖବର ପ୍ରକାଶନ କରାଯାଇଥିଲା ।  ଯାହାଫଳରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଁ ସମସ୍ତ କାଗଜାତ ତଦନ୍ତ ପରେ ରଣପୁର ତହସିଲ କାର୍ଯ୍ୟାଳୟ ରୁ ଓଡଗାଁ ତହସିଲ କାର୍ଯ୍ୟାଳୟକୁ ଯାଇଥିଲା । କୋଭିଡ୍ କଟକଣା ଯୋଗୁଁ ସେଠାରେ କିଛି ଦିନ କାଗଜପତ୍ର ଅଟକିବା ପରେ ନୟାଗଡ ଜିଲ୍ଲା ପ୍ରଶାସନକୁ  ପଠାଯାଇଥିଲା ।  କିନ୍ତୁ ସ୍ୱାମୀଙ୍କ ମୁତ୍ୟୁର ୪ ବର୍ଷ ପରେ ବି ସହାୟତା ମିଳିପାରି ନାହିଁ । ଏ ସର୍ମ୍ପକେ ନୟାଗଡ ଜିଲ୍ଲା ଜରୁରୀକାଳିନ ଦାୟିତ୍ୱରେ ଥିବା ନୟାଗଡ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ଯେନା ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ସଞ୍ଜୁ ପ୍ରଧାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ରାଜ୍ୟ ରିଲିଫ୍ କମିସନରଙ୍କୁ  ଅନ୍‌ଲାଇନ୍ ମାଧ୍ୟମରେ  କାଗଜପତ୍ର  ପଠାଯାଇଛି ।  ସେ ସହାୟତା ପ୍ରଦାନ କରିବେ  । କିନ୍ତୁ ଅପରପକ୍ଷେ ସଞ୍ଜୁ ପ୍ରଧାନଙ୍କ ପରିବାର କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ରାଜ୍ୟ ରିଲିଫ୍ କମିସନରଙ୍କୁ  ଅନୁରୋଧ କରିଛନ୍ତି ଅପହଞ୍ଚ ଅଂଚଳ ର ନେଳିପଡା ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.