Home ଓଡ଼ିଶା ରଣପୁରରେ ୫ଗ୍ରାମ ବ୍ରାଉନ୍ ସୁଗାର ଜବତ ଜଣେ ଗିରଫ

ରଣପୁରରେ ୫ଗ୍ରାମ ବ୍ରାଉନ୍ ସୁଗାର ଜବତ ଜଣେ ଗିରଫ

139

ନୟାଗଡ/୨୧/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ବ୍ରାଉନ୍ ସୁଗାର କାରବାର ପୁଣିଥରେ ଆରମ୍ଭ ହୋଇଥିବା ଜଣା ପଡିଛି । ଅତୀତରେ ବ୍ରାଉନ୍ ସୁଗାର କାରବାରକୁ ନେଇ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଥିଲେ । ଯାହା ଫଳରେ ଜଣେ ଦକ୍ଷ ପୋଲିସ୍ ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ରଣପୁର ଥାନାକୁ ବଦଳି ହୋଇ ଆସିଥିଲେ । ନୁଆ ଇନିସ୍‌ପେକ୍ଟରଙ୍କର ଯୋଗଦାନ ପରେ ବହୁ ଅସାମାଜିକ ଚୋରା ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।

ଏହି ଅସାମାଜିକ ବ୍ୟକ୍ତିଙ୍କ ଟିମ୍ ଲିଡର୍ ମାନଙ୍କର ଚୋରା କାରବାରର ହାତ ବନ୍ଦ ହୋଇଯାଇଥିଲା । ତେଣୁ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶଙ୍କୁ ବଦଳି କରିବା ପାଇଁ ବିଭିନ୍ନ ସ୍ତରରୁ ଚାପ ପକାଯାଇଥିଲା । ସେ ଛୁଟିରେ ଥିବା ସମୟରେ ତାଙ୍କର ବଦଳି ହୋଇଯାଇଛି ବୋଲି ଗୁଜବ ପ୍ରଚାର ହୋଇଥିଲା । ଯାହା ଫଳରେ ଅସାମାଜିକ ବ୍ୟକ୍ତି ବ୍ରାଉନ୍ ସୁଗାରଠାରୁ ଆରମ୍ଭ କରି ବିଭିନ୍ନ ଚୋରା କାରବାର ଆରମ୍ଭ କରି ଦେଇଥିଲେ । ୪ଦିନ ଛୁଟି ପରେ ରଣପୁର ଥାନାରେ ଯୋଗ ଦେଇଥିଲେ । ପୁଣି ଗତ ୨୦ ତାରିଖ ସଂଧ୍ୟାରେ ଚମ୍ପତିପୁର ନିକଟ ମନ୍ଦାକିନୀ ନଦୀକୁଳ ଆଖଣ୍ଡଳମଣି ମନ୍ଦିର ନିକଟରେ ଚଢାଉ କରିବା ସମୟରେ ଜଣକୁ ଗିରଫ କରିବା ସହ ୫ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଥିବା ଜଣା ପଡିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଲୋଧାଚୁଆ ଗ୍ରାମର ନବକିଶୋର ରାଉତଙ୍କ ପୁଅ ନିଳମଣି ରାଉତ(୨୫) । ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ପରେ ଜାମିନ୍ ନାମଂଜୁର ହେବାରୁ ନୟାଗଡ ଜେଲ ହାଜତକୁ ଯାଇଥିବା ଜଣା ପଡିଛି । ଏ ସମ୍ପର୍କେ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ମୋର ମିଛ ବଦଳି ଗୁଜବ ଶୁଣି ବ୍ରାଉନ୍ ସୁଗାର ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି । ଏହି ନିଳମଣି ସହ ଅନ୍ୟ ସହଯୋଗୀ ମାନଙ୍କ ସମ୍ପର୍କ ରହିଅଛି । ଖୁବ୍‌ଶୀଘ୍ର ସେମାନଙ୍କୁ ଧରାଯିବ । ତଦନ୍ତରେ ବାଧା ଉପୁଯିବା ନେଇ ଅନ୍ୟ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିବାକୁ ମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.