Home ଓଡ଼ିଶା ଯୋଡାରେ ରାଜ୍ୟର ପ୍ରଥମ କ୍ଷୁଦ୍ର ଜୈବିକ ସାର ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟିତ

ଯୋଡାରେ ରାଜ୍ୟର ପ୍ରଥମ କ୍ଷୁଦ୍ର ଜୈବିକ ସାର ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟିତ

390

ଯୋଡା – ୨୧/୦୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ମଙ୍ଗଳବାର ଦିନ ଯୋଡା ପୌରାଞ୍ଚଳ ଅନ୍ତର୍ଗତ ବଚ୍ୟୁହାଟିଂ ଠାରେ ରାଜ୍ୟର ପ୍ରଥମ କ୍ଷୁଦ୍ର ଜୈବିକ ସାର ପ୍ରକ୍ରିୟାକରଣ କେନ୍ଦ୍ର ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନି ଉତ୍ସବରେ ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରିତୀମୟ ସଭାପତିତ୍ୱ କରିଥିବା ବେଳେ ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, କେନ୍ଦୁଝର ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ଅଧିକାରୀ ଘାସିରାମ ମୁର୍ମୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ପୌରକାର୍ଯ୍ୟର୍ନିାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏହି ପ୍ରକଳ୍ପଟି ରାଜ୍ୟରେ ପ୍ରଥମ କରି ଯୋଡା ପୌରପାଳିକା କାର୍ଯ୍ୟ ସମ୍ପୂର୍ଣ୍ଣ କରି ଉତ୍ପାଦନ କରିପାରିଥିବାରୁ ପୈାରପାଳିକାର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଏହି ପ୍ରକଳ୍ପଟିରେ ଓଦା ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରାଯାଇ ସେଥିରୁ ଜୈବିକ ସାର ପ୍ରସ୍ତୁତ କରାଯାଉଥିବା ବେଳେ କଠିନ ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରାଯାଇ ସିମେଣ୍ଟ କାରଖାନାକୁ ଜାଳେଣି ଭାବେ ବ୍ୟବହାର କରିବାକୁ ବିକ୍ରୟ କରାଯିବ ବୋଲି ସେ ସୂଚନା ଦେଇଥିଲେ । ଏହି ପ୍ରକଳ୍ପଟିରେ ୫୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇ ସେମାନଙ୍କ ଜୀବିକା ନିର୍ବାହ କରିବା ସହ ଯୋଡା ସହରକୁ ସ୍ୱଚ୍ଛ, ବର୍ଜ୍ୟବସ୍ତୁ ମୁକ୍ତ କରିପାରିବେ ବୋଲି କହିଥିଲେ । ଅତିଥିମାନେ ଏହି ପ୍ରକଳ୍ପଟିକୁ ବୁଲିଦେଖିଥିଲେ । ପୂର୍ବାହ୍ନରେ ଯୋଡା ପୌରପାଳିକା କାର୍ଯ୍ୟାଳୟ ନିକଟରେ ସ୍ୱୟଂ ସହାୟୀକା ପ୍ରଶିକ୍ଷଣ କେନ୍ଦ୍ରର ନୂତନ ସଭାଗୃହକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମଟିରେ ଯୋଡା ପୌରପାଳିକାର ସମସ୍ତ ସଫେଇ କର୍ମଚାରୀ, ଠିକାଦାର, ଅଙ୍ଗନୱାଡି କର୍ମିମାନେ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.