Home କନ୍ଧମାଳ ଜି.ଉଦୟଗିରିରେ ଏପ୍ରିଲରୁ ଅସ୍ଥାୟୀ ଘରେ ଆରମ୍ଭ ହେବ ଆଦର୍ଶ ବିଦ୍ୟାଳୟ

ଜି.ଉଦୟଗିରିରେ ଏପ୍ରିଲରୁ ଅସ୍ଥାୟୀ ଘରେ ଆରମ୍ଭ ହେବ ଆଦର୍ଶ ବିଦ୍ୟାଳୟ

85

ବାଲିଗୁଡା, ୨୦/୧.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଆସନ୍ତା ଶିକ୍ଷା ବର୍ଷରୁ ଅର୍ଥାତ ଏପ୍ରିଲ ମାସ ଠାରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରିରେ ଆଦର୍ଶ ବିଦ୍ୟାଳୟ ଆରମ୍ଭ ହେବ ବୋଲି ଗୋଷ୍ଠି ଶିକ୍ଷାଧିକାରି ପ୍ରମୋଦ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।ଆସନ୍ତା ଶିକ୍ଷା ବର୍ଷରୁ ହବାକ୍ ଉଚ୍ଚ ବିଦ୍ୟାଳୟରେ ଅସ୍ଥାୟୀ ଭାବେ ଷଷ୍ଠ ଶ୍ରେଣୀରେ ୪୦ ପିଲା ଲେଖାଏଁ ଦୁଇଟି ବିଭାଗ (ସେକ୍ସନ) ମୋଟ ୮୦ ପିଲାଙ୍କୁ ନେଇ ଆଦର୍ଶ ବିଦ୍ୟାଳୟ ଆରମ୍ଭ ହେବ। ଏଣୁ ବର୍ତ୍ତମାନ ଠାରୁ ଅଭିଭାବକମାନେ ଅନଲାଇନ ଆବେଦନ କିମ୍ବା ବଜାରରେ ମିଳୁଥିବା ଫର୍ମ ପୁରଣ କରି ଗୋଷ୍ଠି ଶିକ୍ଷାଧିକାରିଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେବୋଲି ଗୋଷ୍ଠି ଶିକ୍ଷାଧିକାରି ଶ୍ରୀ ମଲ୍ଲିକ କହିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ସରକାରଙ୍କ ପାଞ୍ଚ ବର୍ଷର ଯୋଜନା ଆସନ୍ତା ଶିକ୍ଷା ବର୍ଷରୁ ଅସ୍ଥାୟୀ ଗୃହରେ ଆରମ୍ଭ ହେବାକୁ ଥିବାବେଳେ ପ୍ରସ୍ତାବିତ ସ୍ଥାନରେ ୪କୋଟି ୩୦ଲକ୍ଷ ଟଙ୍କା ବ୍ୟୟରେ ଆଦର୍ଶ ବିଦ୍ୟାଳୟ କାମ ଆଜି ସୁଧା ୫୦ ପ୍ରତିଶତ ମଧ୍ୟ ଶେଷ ହୋଇନାହିଁ।

ମାର୍ଚ୍ଚ ମାସରେ ଛାତ ପଡିବା ସହ ଏ ବର୍ଷ ଶୃଷ ସୁଧା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ ବୋଲି ପୂର୍ତ୍ତ ବିଭାଗ ଲକ୍ଷ ରଖିଛି।ବିଦ୍ୟାଳୟ ପାଇଁ କୋଠା ନିର୍ମାଣରେ ଅହେତୁକ ବିଳମ୍ବ କାରଣରୁ ପୂର୍ବ ବର୍ଷ ମାନଙ୍କରେ ମଧ୍ୟ ଅସ୍ଥାୟୀ ଘରେ ବିଦ୍ୟାଳୟ ଆରମ୍ଭ କରିବାକୁ ପ୍ରସ୍ଥାବ ଦିଆଯାଇଥିଲେ ମଧ୍ୟ କେଉଁ କାରଣରୁ ବିଦ୍ୟାଳୟ ଆରମ୍ଭ ହୋଇନଥିଲା ତାହା ସାଧାରଣ ଜନତାଙ୍କମଧ୍ୟରେ ପ୍ରଶ୍ନ ଉଠୁଛି।କିନ୍ତୁ ଏବର୍ଷ ବିଦ୍ୟାଳୟ ଆରମ୍ଭ ହେବା ଶୁଣି ଅବିଭାବକ ମହଲରେ ଖୁସିର ଲହରି ଦେଖିବାକୁ ମିଳୁଥିବାବେଳେ ବାକି ରହିଲା କେବେ ବିଦ୍ୟାଳୟ ଆରମ୍ଭ ହେଉଛି।ପ୍ରକାଶ ଥାଉକି ଜି.ଉଦୟଗିରି ବ୍ଳକ ବ୍ୟତିତ କନ୍ଧମାଳ ଜିଲ୍ଲାର ସବୁ ବ୍ଳକରେ ଆଦର୍ଶ ବିଦ୍ୟାଳୟ ପୂର୍ବରୁ ଖୋଲିସାରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.