Home ଓଡ଼ିଶା ରଣପୁରରେ ଦେବସ୍ନାନ ପୂର୍ଣ୍ଣିମା କୁ ସବୁଜ ସଂକେତ

ରଣପୁରରେ ଦେବସ୍ନାନ ପୂର୍ଣ୍ଣିମା କୁ ସବୁଜ ସଂକେତ

126

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର‌୍ୟ୍ୟ)/୧/୬-ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ଦାବି କରି ଆସୁଥିବା ରଣପୁର ବାସୀଙ୍କ ପାଇଁ ଖୁସିର ଖବର । ମନ୍ଦିର ପ୍ରଶାସନ ତରଫରୁ ଦେବସ୍ନାନ ପୂର୍ଣ୍ଣିମା ହେବା ପାଇଁ ସବୁଜ ସଂକେତ ଜଣାପଡିଛି । କୋଭିଡ୍‌-୧୯ ଲକ୍‌ଡାଉନ୍ ନେଇ ଦେବସ୍ନାନ ନିତୀ  ହେବକି ନାହିଁ ଜଗନ୍ନାଥ ପ୍ରେମୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । କାରଣ ଜୁନ୍ ୮ ତାରିଖ ପର‌୍ୟ୍ୟନ୍ତ ଦେବାଳୟ ଗୁଡିକରେ ଭକ୍ତମାନଙ୍କ ପାଇଁ କଟକଣା ରହିଅଛି । କଟକଣା ଥିବା ସତ୍ୱେ୍ୱ   ରଣପୁରରେ ରାଜରାଜୁଡା ଅମଳରୁ ଅନୁଷ୍ଠିତ ହେଉଥିବା ସ୍ନାନଯାତ୍ରା ହେବା ନେଇ ସଂନ୍ଦେହ ହୋଇଥିଲା ।

ଏ ସଂପର୍କେ ରଣପୁର ଜଗନ୍ନାଥ ମନ୍ଦିର ପ୍ରଶାସକ ତଥା ସଞୟ କୁମାର ସାମନ୍ତରାୟଙ୍କ ଯୋଗାଯୋଗ କରିବାରୁ କୁହନ୍ତି ଯେ ଜୁନ୍ ୫ ତାରିଖ ଦିନ କୋଭିଡ୍‌-୧୯ କଟକଣାକୁ ପ୍ରାଧାନ୍ୟ ଦେଇ ସୀମିତ ସଂଖ୍ୟକ ସେବାୟତମାନଙ୍କୁ ନେଇ ସାମାଜିକ ଦୂରତ୍ୱକୁ ବଜାୟରଖି ସମସ୍ତ ସେବାୟତ ମାସ୍କ୍ ପିନ୍ଧି ସମସ୍ତ ନିତିନିୟମ ସହ  ଶ୍ରୀଜିଉ ମାନଙ୍କର ସ୍ନାନ ପୂର୍ଣ୍ଣିମା କାର‌୍ୟ୍ୟ ଅନୁଷ୍ଠିତ ହେବ । ଏ ସଂପର୍କେ ଜଗନ୍ନାଥମନ୍ଦିର ମ୍ୟାନେଜର୍ ରମେଶ କୁମାର ପ୍ରଧାନ ଙ୍କ ଯୋଗାଯୋଗ କରିବାରୁ କୁହନ୍ତି ମନ୍ଦିର ପ୍ରଶାସକଙ୍କ ନିଷ୍ପତି ଅନୁଯାୟୀ ବିନା ଭକ୍ତରେ  ସ୍ନାନ ପୂର୍ଣ୍ଣିମା କାର‌୍ୟ୍ୟ  ସୂଚାରୁରୂପେ କରାଯିବ । ଭକ୍ତମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯିବ ନାହିଁ । ବାହାରୁ ରହି ଭକ୍ତମାନେ ସ୍ନାନମଣ୍ଡପରେ ଦର୍ଶନ କରିପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.