Home କେନ୍ଦୁଝର କାଦୁଅ ପାଣିରେ ଘାଣ୍ଟି ହେଉଛନ୍ତି ଅଁରା ଗ୍ରାମବାସୀ

କାଦୁଅ ପାଣିରେ ଘାଣ୍ଟି ହେଉଛନ୍ତି ଅଁରା ଗ୍ରାମବାସୀ

273

ହାଟଡିହି-୨/୬, ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କେତେକଣ ଯୋଜନା ମାନ କରୁଛନ୍ତି । ହେଲେ ସବୁ ଯୋଜନା କେବଳ କାଗଜ କଲମରେ ସୀମିତ ରହିଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଁରା ପଞ୍ଚାୟତରେ । ଏହି ପଞ୍‌ଚାୟତର ୮ନଂ ୱାର୍ଡର ଅବସ୍ଥା ଶୋଚନୀୟ । ରାସ୍ତାରେ ଫୁଟେ ବହଳର କାଦୁଅ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଉପରେ ଶତାଧିକ ପରିବାର ନିର୍ଭର କରୁଥିବାବେଳେ ୩ଟି ସାହିକୁ ସଂଯୋଗ କରୁଥିବା ଏହା ହେଉଛି ମୁଖ୍ୟ ରାସ୍ତା । ଗତ ଜାନୁୟାରୀ ମାସରେ ଏହି ରାସ୍ତାରେ କେବଳ ବାଲି ଓ ମୋରମ ପକାଯାଇ କାମ ହୋଇଥିବାବେଳେ ଏବେ ଏହାର ଅବସ୍ଥା ଶୋଚନୀୟ । ବର୍ଷା ହେବାରୁ ରାସ୍ତା ଉପରେ ଫୁଟେ ବହଳର କାଦୁଅ ଓ ପାଣି ଜମି ହୋଇ ରହିଛି । ସେଥିପାଇଁ ଗାଁ ଭିତରକୁ ଆମ୍ବୁଲାନସ ଟିଏ ମଧ୍ୟ ଯାଇ ପାରୁନି । ଯଦି କାହାର ଦେହ ପା ଖରାପ ହେଲା ତେବେ ତାଙ୍କୁ ଟେକି ଟେକି ଗାଁ ମୁଣ୍ଡକୁ ଅଣାଯିବାପରେ ଯାଇ ମେଡିକାଲକୁ ନିଆଯାଇ ପାରୁଛି । ଜିଲ୍ଲା ଓ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଗ୍ରାମର ରବିନ୍ଦ୍ର ମଲ୍ଲିକ, ବିଜୟ ଦାସ, ଶ୍ରୀକାନ୍ତ ଜେନା, ତ୍ରିଲୋଚନ ଜେନା, ବାସୁଦେବ ଦାସ, ନଣ୍ଡା ଜେନା ପ୍ରମୁଖ ବରିଷ୍ଠ ନାଗରିକ ମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.