Home ଓଡ଼ିଶା ରଜ ପର୍ବ କୋଭିଡ୍ କଟକଣାରେ ପାଳିତ କିନ୍ତୁ ରଜ ପଡିଆ ଖାଁ ଖାଁ

ରଜ ପର୍ବ କୋଭିଡ୍ କଟକଣାରେ ପାଳିତ କିନ୍ତୁ ରଜ ପଡିଆ ଖାଁ ଖାଁ

111

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୦୬- ନୟାଗଡ ଜିଲ୍ଲା ରଣପୁର ଅଂଚଳ ର ରାଜ ପ୍ରତିଷ୍ଠିତ ମା ମଣିନାଗ ପୀଠ ସମେତ ବାଳମୁକୁଳି ପୀଠ , ପୁରୁଣାବସନ୍ତ ନାରାୟଣୀ ପୀଠ, ଗଡବାଣିକିଲୋ ଓ ଖତିଆ ଅଂଚଳ ରେ ରଜ ଯାତ୍ରା ଅନୁଷ୍ଠିତ ହୋଇଥାଏ । ହିନ୍ଦୁ ଧର୍ମ ସସ୍କୃତି ପରମ୍ପରା ଅନୁଯାଇ ରଜ ପର୍ବର ବିଶେଷ ମାହାତ୍ମ ରହିଥାଏ । ବଶୁ ମାତା ରଜସ୍ୱଳା ହୋଇଥାଏ ବୋଲି ହିନ୍ଦୁ ମାନଙ୍କର ବିଶ୍ୱାସ ରହିଛି । ଘରେ ଘରେ ବିଭିନ୍ନ ସୁସ୍ୱାଦୁ ପୀଠାପଣା ହୋଇଥାଏ । କିନ୍ତୁ ଚଳିତ ବର୍ଷ ପୀଠ ଓ ମନ୍ଦିର ମାନଙ୍କରେ କୋଭିଡ୍ କଟକଣା ଭିତରେ ରଜ ପର୍ବ ପାଳିତ ହୋଇଥିବା ବେଳେ ରଜ ଯାତ୍ରା ପଡିଆ ଶୂନସାନ ହୋଇଯାଇଛି ।

ରଜଯାତ୍ରା ଅବସର ରେ ପ୍ରତ୍ୟେକ ହିନ୍ଦୁ ପରିବାର ରେ ସଂଧ୍ୟ୍ୟା ପୂର୍ବରୁ ଭୋଜନ କରାଯାଇଥାଏ । ରାତ୍ର ସାରା ରଜ ପଡିଆ ରେ ନାଚଗୀତ ଆଦି ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଯାହାକୁ କି ଯାତ୍ରାପ୍ରେମୀ ସସ୍କୃତି ପ୍ରେମୀ ଲୋକମାନେ ଉପଭୋଗ କରିଥାନ୍ତି । କିନ୍ତୁ ଲୋକମାନେ ଚଳିତ ବର୍ଷ କରୋନା ଦ୍ୱିତୀୟ ଲହର ର କୋଭିଡ୍ କଟକଣା କୁ ମାନି ରଜ ପଡିଆ ଗୁଡିକରେ ସାସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରି ଦେଇଛନ୍ତି । ଯାହାଫଳ ରେ ଯାତ୍ରାପ୍ରେମୀ ମାନେ ମନଦୁଃଖ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.