Home କୋରାପୁଟ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ନ ଦେବାରୁ କୋରାପୁଟ ଜିଲ୍ଲା ଫୋରମ କର୍ମକର୍ତାଙ୍କ ମଧ୍ୟରେ ଅସନ୍ତୋଷ...

ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ନ ଦେବାରୁ କୋରାପୁଟ ଜିଲ୍ଲା ଫୋରମ କର୍ମକର୍ତାଙ୍କ ମଧ୍ୟରେ ଅସନ୍ତୋଷ ଓ ଆନ୍ଦୋଳନ କରିବାକୁ ଚେତାବନୀ

37

କୋରାପୁଟ ୧୪-୦୬(ଓଡିଆ ପୁଅ /ରଂଜନ ଦାସ)ବିଶ୍ୱ ରକ୍ତଦାତା ଦିବସ ଅବସରରେ କୋରାପୁଟ ସହରର ବିଭିନ୍ନ ସ୍ଥାନରେ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତକ ଫୋରମ ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ସାମାଜିକ ଗଣମାଧ୍ୟମରେ ଫୋରମ ତରଫରୁ ପ୍ରଚାର କରାଯାଇଥିଲା ।ଗତ ୧୨ ତାରିଖ ଦିନ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ବ୍ଲକ ବ୍ୟାଙ୍କ ଅଧିକାରୀଙ୍କୁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ୧୪ ତାରିଖରେ ଦେବାକୁ ଚିଠି ପ୍ରଦାନ କରାଯାଇଥିଲା ବୋଲି ଫୋରମର ସଦସ୍ୟ ଶେଖ ଇବ୍ରାହିମ ସୂଚନା ଦେଇଛନ୍ତି ।ଫୋରମର କର୍ମକର୍ତା ଓ ରକ୍ତଦାତା ମାନେ କୋରାପୁଟ ଚନ୍ଦନ ପୋଖରୀ ନିକଟରେ ନିର୍ଦ୍ଧାରିତ ସମୟରେ ପହଂଚିଥିଲେ ସୁଦ୍ଧା  ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ପହଂଚି ନ ଥିଲା ।ଏହା ପରେ ସଦସ୍ୟମାନେ କୋରାପୁଟ ହସପିଟାଲକୁ ଯାଇଥିଲେ । ମୋବାଇଲ ଯୋଗେ ଅଧିକାରୀଙ୍କୁ ଫୋନ କରିବାରୁ ଭ୍ରାମ୍ୟମାଣ ଗାଡି ଖରାପ ଥିବା ସୂଚନା ଦେଇଥିଲେ ବୋଲି ଶେଖ ଇବ୍ରାହିମ ପ୍ରକାଶ କରିଛନ୍ତି । ରକ୍ତ ନିମନ୍ତେ ଅନେକ ରୋଗୀ କଷ୍ଟ ଭୋଗୁଥିବା ବେଳେ ଫୋରମ ତରଫରୁ  ସବୁ ସମୟରେ  ସହଯୋଗ କରାଯାଉଛି ।କୋରାପୁଟ ହସପିଟାଲରେ ରକ୍ତର ଆବ୍ୟଶକତା ରହିଥିବା ଓ ଆଜିଭଳି ଦିବସରେ ରକ୍ତଦାନ ଶିବିର କରିବାକୁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ନ ମିଳିବା ନିଶ୍ଚିତ ଭାବେ କର୍ତୂପକ୍ଷ ଫୋରମକୁ ଅସହଯୋଗ କରୁଥିବା ସେ ଅଭିଯୋଗ କରିଥିଲେ ।ଏପରି ଅସହଯୋଗ ରହିଲେ ଫୋରମ ମଧ୍ୟ  ଅସହଯୋଗ କରିବାକୁ ପଛେଇବ ନାହିଁ ଏପରିକି ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ସେ ପ୍ରକାଶ କରିଛନ୍ତି । ଆଜି ବିଶ୍ୱ ରକ୍ତଦାତା ଦିବସରେ ରକ୍ତଦାନ କରିବାକୁ ରକ୍ତଦାତା ଆସିଥିଲେ କିନ୍ତୁ ଭ୍ରାମ୍ୟମାଣ ରକ୍ତ ଯାନ  ନ ଆସିବାରୁ ରକ୍ତଦାନ ଶିବିର କରାଯାଇ ନ ଥିଲା ବୋଲି ସେ ସୂଚନା ଦେଇଛନ୍ତି ।ଏ ସଂପର୍କରେ ଫୋରମ  ସଭାପତି ଜି.ସଂଜିବ କୁମାର ଓ ଅନ୍ୟାନ୍ୟ ସଦସ୍ୟ ହସପିଟାଲ ମ୍ୟାନେଜରଙ୍କୁ ସାକ୍ଷାତ କରି ସମସ୍ତ ବିଷୟ କହିଥିବା ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.