Home ଓଡ଼ିଶା ରକ୍ଷଣାବେକ୍ଷଣ ହେଉନି….ମିଥ୍ୟା ବିଲ୍ କରିନେବାକୁ ଯୋଜନା

ରକ୍ଷଣାବେକ୍ଷଣ ହେଉନି….ମିଥ୍ୟା ବିଲ୍ କରିନେବାକୁ ଯୋଜନା

39

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୧୧- ରାଜ୍ୟ ରେ କୋଟି କୋଟି ଟଙ୍କା ବ୍ୟୟ ବିନିମୟ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମ ରେ ଗ୍ରାମାଞ୍ଚଳ ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ନିର୍ମାନ ହେଉଛି । କିନ୍ତୁ କାର୍ଯ୍ୟ ଶେଷ ପରେ ୫ ବର୍ଷ କାର୍ଯ୍ୟ କରିଥିବା ଠିକାସଂସ୍ଥା ତାହାର ରକ୍ଷଣା ବେକ୍ଷଣ କରିବା ଦାୟିତ୍ୱ ନେବା ନିୟମ ରହିଛି ।  କିନ୍ତୁ କିଛି ଠିକାଦାର ରକ୍ଷଣା ବେକ୍ଷଣ ନ କରିବା ଯୋଗୁଁ ଗୋଟିଏ ପଟେ ରାସ୍ତା ମରଣଯନ୍ତା ପାଲଟୁଛି  ଓ ଅନ୍ୟପଟେ ଠିକାଦାର ରକ୍ଷଣାବେକ୍ଷଣ ନ କରି ମିଥ୍ୟା ବିଲ୍ କରି ନେଉଛି ।  ସେଭଳି ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ର ଚମ୍ପତିପୁର ଛକ ଠାରୁ  ଲତାର ଭାୟା ବ୍ରଜରାଜପୁର ରାସ୍ତା ।  ଏହି ୬ କିଲୋମିଟର ରାସ୍ତା ପାଇଁ ୨୬୫.୪୮୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ୨୦୧୬ ମସିହା ରେ କାର୍ଯ୍ୟ ଆରମ୍ଭ ହୋଇ ୨୦୧୭ ମସିହା ରେ  ଶେଷ  ହୋଇଥିଲା । ୨୦୨୨ ମସିହା ପର୍ଯ୍ୟନ୍ତ  ସଂପୃକ୍ତ ଠିକାଦାର ଙ୍କର ରକ୍ଷଣାବେକ୍ଷଣ  ଦାୟିତ୍ୱ ଥିଲା ସେଥିପାଇଁ ୨୨.୫୭୫ ଲକ୍ଷ ଟଙ୍କ ବ୍ୟୟ ଅଟକଳ କରାଯାଇଥିଲା ।

ସେହି ରକ୍ଷଣାବେକ୍ଷଣ ଭିତରେ ବର୍ଷାଋତୁ ପରେ ପ୍ରତିବର୍ଷ ରାସ୍ତା ପାଶ୍ୱର୍ ଡାଳପତ୍ର କାଟି ସଫା କରିବା , ପାଣି କଟାଧାର ପୁନଃ ମରାମତି ପିଚୁରାସ୍ତା ର ଉଭୟ ପାଶ୍ୱର୍ ର ମାଟି ସୋଲୁର ମରାମତି ରାସ୍ତା ଉପର ଗର୍ତ  ଓ ଫାଟ ମରାମତି  , ରାସ୍ତା ପାଶ୍ୱ ନିର୍ମାିଣ ବର୍ଷ କୁ ୨ ଥର ମରାମତି  ତିଆରୀ ହୋଇଥିବା ଶଂଙ୍ଖ ଓ ପୋଲି ର  ବର୍ଷ କୁ ୨ ଥର ମରାମତି   , ରାସ୍ତା ରେ ଲଗାଯାଇଥିବା ସୂଚନା ଫଳକ ର ମରାମତି ଶଙ୍ଖ ଓ ପୋଲ ରେ ଧଲା ରଙ୍ଗ ମାରିବା କାର୍ଯ୍ୟ ରହିଛି । କିନ୍ତୁ ସଂପୃକ୍ତ କାର୍ଯ୍ୟକାରି ସଂସ୍ଥା ଏ ପର୍ଯ୍ୟନ୍ତ ଚମ୍ପତିପୁର ଗାଁ ମୁଣ୍ଡ ରାସ୍ତା ଓ ବାଙ୍କପୁର ଠାରେ ଥିବା ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିନାହିଁ ଯାହାକି ଯାତାୟତ ରେ  ବିପଦ ସୃଷ୍ଟି କରୁଥିବା ବେଳେ କୈାଣସି ରକ୍ଷଣାବେକ୍ଷଣ କାର୍ଯ୍ୟ ନକରି ବିଭାଗ ସହ ସାଲିସ୍ କରି ମିଥ୍ୟା ବିଲ୍  କରିନେଇଥିବା ଅଭିଯୋଗ ହେଉଛି । ଏ ସର୍ମ୍ପକେ  ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ର ଯନ୍ତ୍ରୀ ଅମ୍ବରୀଶ୍ ଆଚାର୍ଯ୍ୟ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି  କାର୍ଯ୍ୟ କରିଥିବା ଠିକା ସଂସ୍ଥା ର ମାଲିକ ଏହି କାର୍ଯ୍ୟଟିକୁ ପେଟି ଠିକାଦାର ଙ୍କ ଦ୍ୱାରା କରାଇଥିଲା । ତେଣୁ ପେଟି ଠିକାଦାର ରକ୍ଷଣାବେକ୍ଷଣ କାର୍ଯ୍ୟକରୁନାହିଁ । କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ର ମାଲିକ ଏବେ ଦୁବାଇ ଯାଇଛି ତେଭୁ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବା ପାଇଁ ବିଭାଗ ତରଫରୁ ତାଙ୍କୁ ଚିଠି ଦିଆଯାଇଛି । ରାସ୍ତା ମରଣଯନ୍ତା ପାଲଟିବା ସହ ରାସ୍ତା କଡର ଗଛ ଗୁଡିକ ପିଚୁ ରାସ୍ତା ଉପରକୁ ମାଡି ଆସିବା ଯୋଗୁଁ ରାସ୍ତା ର ବୁଲାଣି ମୋଡ ମାନଙ୍କ ରେ ପ୍ରତିଦିନ ଦୁର୍ଘଟଣା ଘଟିବାରେ ଲାଗିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ର ଉଚ୍ଚ କତ୍ରୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଜନ ସାଧାରଣ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.