Home ଓଡ଼ିଶା  ଦରଦାମ୍ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଉପରେ ଗର୍ଜିଲା ସିପିଆଇ(ଏମ୍‌)

 ଦରଦାମ୍ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଉପରେ ଗର୍ଜିଲା ସିପିଆଇ(ଏମ୍‌)

65

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୧୧- ରାଜ୍ୟ ରେ ହୁ ହୁ ହୋଇ ପେଟ୍ରୋଲ , ଡିଜେଲ , ରନ୍ଧନ ଗ୍ୟାସ ସାଙ୍ଗ କୁ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ର ଦର ଦିନ କୁ ଦିନ ବଢିବାରେ ଲାଗିଛି । ଯାହାକୁ ନେଇ ମଧ୍ୟବିତ୍ତ ପରିବାର ଗୁଡିକ ଅତିଷ୍ଠ ହୋଇ ପଡିଲେଣୀ । ରଣପୁର ସିପିଆଇ (ଏମ୍‌) ତରଫରୁ ନଭେମ୍ବର ୩ ତାରିଖ ମଧ୍ୟାନ୍ନ ରେ ନିଜସ୍ୱ କାର୍ଯ୍ୟାଳୟ ଅଫିସ୍ ରୁ ଏକ ଶୋଭାଯାତ୍ରା ବାହାରି ଦରଦାମ୍ ବୃଦ୍ଧି ପ୍ରତିବାଦ ରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଫଳତା ସର୍ମ୍ପକ ରେ ରଣପୁର ତହସିଲଦାର ଙ୍‌କ ମାଧ୍ୟମ ରେ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଏକ ଦାବୀ ପତ୍ର ପ୍ରଦାନ କରିଥିବା ଜଣାପଡିଛି ।

ଅପରାହ୍ନ ରେ ରଣପୁର ପଞ୍ଚୁଦୋଳ ପଡିଆ ଥାନା ସମ୍ମୁଖ ରେ ଏକ ବିରୋଧ ସଭା କରାଯାଇଥିଲା । ଏଥିରେ ଦଳ ର ବରିଷ୍ଠ ନେତା ହରିଶ୍ଚନ୍ଦ୍ରମିଶ୍ର , ସୁରେଶ ସ୍ୱାଇଁ  , ସୁଶିଲ୍ ମହାନ୍ତି ,  ଧୁଶାସନ ଜେନା , ଗଦାଧର ପ୍ରଧାନ ଆଦି ନିଜ ଅଭି ଭାଷଣ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ବିରୁଦ୍ଧ ରେ ଗର୍ଜ୍ଜନ କରିଥିବା ଜଣାପଡିଛି । ଆଗାମୀ ଦିନ ରେ ଏହି ଆନ୍ଦୋଳନ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ କରାଯିବ ବୋଲି  କହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.