Home ଓଡ଼ିଶା ଜଗା ଦର୍ଶନ ପାଇଁ ପୁରୀ ସହର ବାସୀଙ୍କୁ ଶ୍ରୀମନ୍ଦିର ଚାରି ଦ୍ଵାରରେ ପ୍ରବେଶ ପାଇଁ ତୁରନ୍ତ...

ଜଗା ଦର୍ଶନ ପାଇଁ ପୁରୀ ସହର ବାସୀଙ୍କୁ ଶ୍ରୀମନ୍ଦିର ଚାରି ଦ୍ଵାରରେ ପ୍ରବେଶ ପାଇଁ ତୁରନ୍ତ ଅନୁମତି ଦିଆଯାଉ – ପୁରୀ ଜିଲ୍ଲା ଓକିଲ ସଂଘ

30

ପୁରୀ ୩ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜଗା ଦର୍ଶନ ପାଇଁ ପୁରୀ ସହର ବାସୀଙ୍କୁ ଶ୍ରୀମନ୍ଦିର ଚାରି ଦ୍ଵାରରେ ପ୍ରବେଶ ପାଇଁ ତୁରନ୍ତ ଅନୁମତି ଦିଆଯାଉ। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ପୁରୀ ଜିଲ୍ଲା ଓକିଲ ସଂଘ। ଆଜି ସଂଘର କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ପରେ ଏବେ ପଶ୍ଚିମ ଦ୍ବାର ଦେଇ ପୁରୀ ବାସୀ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। କିନ୍ତୁ କେବଳ ପଶ୍ଚିମ ଦ୍ଵାର ନୁହେଁ ବରଂ ପୂର୍ବପରି ଚାରି ଦ୍ବାରରେ ପ୍ରବେଶ ଅନୁମତି ଦିଆଯାଉ ବୋଲି ଦାବି କରିଛି ଓକିଲ ସଂଘ। ସେହିପରି ବଡଦାଣ୍ଡ ଜାତୀୟ ରାଜପଥ ମାନ୍ୟତା ପ୍ରାପ୍ତ ହୋଇଥିଲେ ମଧ୍ୟ ଶୃଙ୍ଖଳିତ ଦର୍ଶନ ନାମରେ ପ୍ରଶାସନ ତାହାକୁ ଅବରୋଧ କରି ସେଠାରେ ଲମ୍ବା ବ୍ୟାରିକେଡ ସହ ଅସ୍ଥାୟୀ ସେଡ୍ ନିର୍ମାଣ କରିଥିବାରୁ ଏହା ଆଇନ ବିରୋଧୀ ବୋଲି ଓକିଲ ସଂଘ ଦର୍ଶାଇଛି। ଏପଟେ ଟାଟା ପାୱାର ଲିମିଟେଡ଼ର ଗ୍ରାହକ ମାରଣ ନୀତିକୁ ସଂଘ ସମାଲୋଚନା କରିଛି। ସେହିପରି ବିଦ୍ୟୁତ କର୍ମଚାରୀ ମାନେ ଜୋର ଜବରଦସ୍ତ ଟାଟା ମିଟର ବସାଉଥିବା ବେଳେ ଅଧିକ ବିଲ ମଧ୍ୟ ନେଉଛନ୍ତି। ସେହିପରି କର୍ମଚାରୀ ମଧ୍ୟ ଦୁର୍ବ୍ୟବହାର କରୁଛନ୍ତି ଗ୍ରାହକଙ୍କୁ। ଏଣୁ ଟାଟା କମ୍ପାନୀ କୁ ଜିଲାପାଳ ତାଗିଦ କରିବାକୁ ସଙ୍ଘ ଦାବି କରିଛି।ତେଣୁ ଆସନ୍ତା ୧୫ ଦିନ ମଧ୍ୟରେ ଏସବୁ ଦିଗରେ ପ୍ରଶାସନ ପଦକ୍ଷେପ ନନେଲେ ସଂଘ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଅନ୍ୟପଟେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.