Home ଓଡ଼ିଶା ଯୋଡ଼ା : ଟାଟା ଷ୍ଟିଲ ପକ୍ଷରୁ ‘ବିଶ୍ୱ ସ୍ତନ୍ୟପାନ ସପ୍ତାହ’ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ଯୋଡ଼ା : ଟାଟା ଷ୍ଟିଲ ପକ୍ଷରୁ ‘ବିଶ୍ୱ ସ୍ତନ୍ୟପାନ ସପ୍ତାହ’ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

41

ଯୋଡ଼ା, ୭ା୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ମା ଓ ଶିଶୁର ଉନ୍ନତ ସ୍ୱାସ୍ଥ୍ୟ ପାଇଁ ସ୍ତନ୍ୟପାନ ସଂକ୍ରାନ୍ତରେ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଟାଟା ଷ୍ଟିଲର କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ୱ (ସିଏସ୍‌ଆର) ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଯୋଡ଼ା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ‘ବିଶ୍ୱ ସ୍ତନ୍ୟପାନ ସପ୍ତାହ’ ଅନ୍ତର୍ଗତ ଆୟୋଜନ କରାଯାଇଥିବା ୧୪ଟି ସଚେତନତା ଅଧିବେସନ ଶନିବାର ଦିନ ସମାପ୍ତ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ ‘ସନ୍ତ୍ୟପାନର ସୁରକ୍ଷା: ଏକ ମିଳିତ ଉତ୍ତରଦାୟିତ୍ୱ’ କୁ ନେଇ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ମା ଓ ନବଜାତ ଶିଶୁ ଜୀବନରକ୍ଷା ପଦକ୍ଷେପ (ଏମ୍‌ଏଏନ୍‌ଏସ୍‌ଆଇ) ଅନ୍ତର୍ଗତ ଏହି ସପ୍ତାହବ୍ୟାପୀ ଅଭିଯାନର ଆୟୋଜନ କରାଯାଇଥିଲା । ଯୋଡ଼ା ଓ ଏହାର ପାଶ୍ୱର୍ବର୍ତ୍ତୀ ଗ୍ରାମ ଯଥା ବିଲେଇପଦା, ପଳସା ଖା, ମୁତୁଡ଼ା, ଜୋରିବର, ଗୁରୁଡ଼ା, ବେନୁଆପାଣି, ଖଣ୍ଡବନ୍ଧ, କୋଲରୋହିଡ଼ା, ଭୂଇାଁ ରୋଇଡ଼ା, ବାସୁଦେଓପୁର ଏବଂ ଚୋରମୋଲଡ଼ା ଗ୍ରାମର ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଯାଉଥିବା  ମା ମାନଙ୍କୁ ମିଶାଇ ମୋଟ ୨୭୦ରୁ ଊର୍ଦ୍ଧ୍ୱ ମହିଳା ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରତ୍ୟେକ ବର୍ଷ ଅଗଷ୍ଟ ୧ ରୁ ୭ ମଧ୍ୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଥାଏ । ଚଳିତ ବର୍ଷର ବିଷୟବସ୍ତୁ ‘ସନ୍ତ୍ୟପାନର ସୁରକ୍ଷା: ଏକ ମିଳିତ ଉତ୍ତରଦାୟିତ୍ୱ’, ମହିଳାମାନଙ୍କୁ ସ୍ତନ୍ୟପାନ ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ଉନ୍ନମାନର ସହାୟତା,  କାର୍ଯ୍ୟ ପ୍ରଣାଳୀ ଓ ନୀତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରୁଛି । ଉଭୟ ନବଜାତ ଶିଶୁ ଓ ମା ମାନଙ୍କ ପାଇଁ ଏହାର ବିପୁଳ ଲାଭକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ପକ୍ଷରୁ ବିଶେଷ ଭାବେ ଶିଶୁ ଜନ୍ମ ହେବାର ପ୍ରଥମ ୬ ମାସ ଏବଂ ଅତିକମ୍‌ରେ ୨ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ସ୍ତନ୍ୟପାନ କରାଇବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.