Home କୋରାପୁଟ ମାନବାର ଓ କେନ୍ଦାର ପଂଚାୟତରେ ବିଜେଡିର କର୍ମୀ ସମ୍ମିଳନୀ

ମାନବାର ଓ କେନ୍ଦାର ପଂଚାୟତରେ ବିଜେଡିର କର୍ମୀ ସମ୍ମିଳନୀ

34

କୋରାପୁଟ ୦୭-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାର ଓ କେନ୍ଦାର ପଂଚାୟତଠାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ବ୍ଲକ ସଭାପତି ସଂଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଗୁଡିକ କିପରି ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଂଚିବ ସେଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟକରିବାକୁ ଉପସ୍ଥିତ କର୍ମିମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ଲୋକମାନଙ୍କୁ  ସେ ମାସ୍କ  ପ୍ରଦାନ କରିଥିଲେ ।ଓାର୍ଡମାନଙ୍କର ରହିଥିବା ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ପଂଚାୟତ ମୁଖ୍ୟାଳୟରେ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତୋଳନ କରିବାକୁ ପଂଚାୟତ ସଭାପତିମାନଙ୍କୁ କୁହାଯାଇଥିବା ବେଳେ ପ୍ରତ୍ୟେକ ଓାର୍ଡରୁ ଦୁଇଜଣ ଲେଖାଏଁ କର୍ମୀ ବୈଠକରେ ଯୋଗ ଦେଇଥିଲେ ।ଏହି ବୈଠକରେ କୋରାପୁଟ ଜିଲ୍ଲା ବିଜେଡିର ଉପସଭାପତି ଉକଥଳ ରଂଜନ ନାୟକ ,ଜିଲ୍ଲା ଯୁବ ସଭାପତି ଅମିତ ଅଗ୍ରଓାଲ,ଉପସଭାପତି ଭରତ ମଲ୍ଲିକ,କୋରାପୁଟ ନଗର ସଭାପତି ସୁରେଶ ପଟନାୟକ , ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି,ବ୍ଲକ ଯୁବ ସଭାପତି ମଂଟୁ ବେନ୍ୟା ,ଧନଞୟ ନାୟକ,ରଘୁ ଜାନିଙ୍କ ସହ ଅନେକ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.