Home ଓଡ଼ିଶା ଯୋଡ଼ା – ଜେଏସପିଏଲ୍ ଫାଉଣ୍ଡେସନ ଦ୍ୱାରା ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ, ଗ୍ରାମୀଣ ମହିଳାଙ୍କୁ ସ୍ୱାବଲମ୍ବୀ...

ଯୋଡ଼ା – ଜେଏସପିଏଲ୍ ଫାଉଣ୍ଡେସନ ଦ୍ୱାରା ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ, ଗ୍ରାମୀଣ ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ପ୍ରୟାସ

161

ଯୋଡ଼ା (୨୦, ୨୦୨୦ : (ଓଡିଆ ପୁଅ /ସେକ୍ ଜାବିର ମହମ୍ମଦ)  ଗ୍ରାମୀଣ ମହିଳା ମାନଙ୍କୁ ସ୍ୱାବଲମ୍ବୀ ତଥା ଅର୍ଥନୈତିକ ସଶକ୍ତିକରଣ କରାଇବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ର ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ୱ (ସିଏସଆର) ଶାଖା ଜେଏସ୍ ପିଏଲ୍ ଫାଉଣ୍ଡେସନ ତରଫରୁ ଏକ ସିଲେଇ ତାଲିମ କେନ୍ଦ୍ର ନିକଟସ୍ଥ ଦାମପୁର ଗ୍ରାମରେ ଆରମ୍ଭ କରାଯାଇଛି ଓ ଏହି କେନ୍ଦ୍ରଟିକୁ ଦାମପୁର ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପାଖାପାଖି ଗ୍ରାମର ବହୁ ମହିଳାଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ ଓ
ପ୍ରଥମ ପର‌୍ୟ୍ୟାୟରେ, କମ୍ପାନୀ ଦ୍ୱାରା ନିଯୁକ୍ତ ଜଣେ ପ୍ରଶିକ୍ଷକ ଙ୍କ ଦ୍ୱାରା ପ୍ରାୟ ୫୦ ଜଣ ମହିଳାଙ୍କୁ ମାଗଣା ତାଲିମ ଏହି ଗୋଷ୍ଠୀ କେନ୍ଦ୍ରରେ ପ୍ରଦାନ କରାଯିବ ଓ ଏଥିପାଇଁ କମ୍ପାନୀ ତରଫରୁ ସାତ ଗୋଟି ସିଲେଇ ମେସିନ ସମେତ ସମସ୍ତ ପ୍ରକାର ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯାଇଛି ଓ
ଏହି ତାଲିମ ପରେ ୧୫-ଜଣିଆ ତାଲିମପ୍ରାପ୍ତ ମହିଳାଙ୍କ ସହାୟତାରେ ଜେଏସ୍ ପିଏଲ୍ ଫାଉଣ୍ଡେସନ ଏହି କେନ୍ଦ୍ର ରୁ ମାସକୁ ପ୍ରାୟ ପାଞ୍ଚ ରୁ ଛଅ ହଜାର ଟି ଘାଗରା (ପେଟିକୋଟ) ଉତ୍ପାଦନ କରିଁବାକୁ ଲକ୍ଷ୍ୟ  ରଖିଛି ଓ ବଜାର ସହାୟତା ଯୋଗାଇ ଦିଆଯାଉଥିବାରୁ ଜଣେ ତାଲିମପ୍ରାପ୍ତ ମହିଳା  ଦିନକୁ ତିନି ଘଣ୍ଟା ସମୟ ଦେଇ ମାସକୁ ତିନିହଜାର ଟଙ୍କା ପର‌୍ୟ୍ୟନ୍ତ ରୋଜଗାର କରିପାରିବ ଓ
ଏତଦବ୍ୟତୀତ  ଜଣେ ତାଲିମପ୍ରାପ୍ତ ମହିଳା ନିଜ ଘରେ ମଧ୍ୟ ସିଲେଇ ସେବା ଆରମ୍ଭ କରି ଘରର ଯାବତୀୟ କାର‌୍ୟ୍ୟ କରିବା ସହ ରୋଜଗାର ବୃଦ୍ଧି କରିବାରେ ସାହାଯ୍ୟର ହାତ ବଢ଼ାଇ ପାରିବ ଓ ଏହି ତାଲିମ କେନ୍ଦ୍ରଟି କମ୍ପାନୀର ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ୱ ଅଧୀନରେ ହାତକୁ ନିଆଯାଇଥିବା ବିଭିନ୍ନ ମହିଳା ସଶକ୍ତିକରଣ କାର‌୍ୟ୍ୟକ୍ରମ ଦ୍ୱାରା ସ୍ଥାପନ କରାଯାଇଛି ଓ
ଏହି ପରିପ୍ରେକ୍ଷୀରେ ଜେଏସପିଏଲ ବଡ଼ବିଲ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ସୁରେଶା ଜି କହିଲେ ମୋର ସମ୍ପୂର୍ଣ୍ଣ ଵିଶ୍ଵାସ ଯେ ଏହି କେନ୍ଦ୍ରଟି ମହିଳାମାନଙ୍କୁ ଅର୍ଥନୈତିକ ସ୍ୱାବଲମ୍ବୀ କରାଇବା ସହ ସେମାନଙ୍କୁ ଅର୍ଥ ଉପାର୍ଜନ ର ନୂଆ ଦିଗଦର୍ଶନ ଦେବ ଓ
କମ୍ପାନୀ, ଜେଏସପିଏଲ୍ ଫାଉଣ୍ଡେସନ ମାଧ୍ୟମରେ ଏହାର ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ୱ ଥିବା କାର‌୍ୟ୍ୟକ୍ରମ କୁ ବଢ଼ାଇ ବହୁ ଜୀବିକା ନିର୍ବାହ ସହାୟକାରୀ ଉଦ୍ୟୋଗ ଗୁଡିକୁ ହାତକୁ ନେଇଛି ଏବଂ ଏଗୁଡିକ କମ୍ପାନୀର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ନିରନ୍ତର ଭାବେ ଚାଲୁ ରହିଛି ଓ   ଜେଏସପିଏଲ୍ ଫାଉଣ୍ଡେସନ ଓଡ଼ିଶାରେ ପ୍ରାୟ ୫୦୦୦ ମହିଳାଙ୍କୁ ବଜାର ସହାୟତା ମାଧ୍ୟମରେ ଚିରସ୍ଥାୟୀ ଜୀବିକା ନିର୍ବାହ କରିବା ଏବଂ ସ୍ୱରୋଜଗରକ୍ଷମ ହେବାରେ ସହାୟତା କରି ଆସୁଛି ଓ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.