Home ଓଡ଼ିଶା ଯୋଡ଼ାରେ ଡେଙ୍ଗୁ ସଚେତନତା ଅଭିଯାନର ଶୁଭାରମ୍ଭ

ଯୋଡ଼ାରେ ଡେଙ୍ଗୁ ସଚେତନତା ଅଭିଯାନର ଶୁଭାରମ୍ଭ

79

ଯୋଡ଼ା, ୧୩ ।୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ)  : ଯୋଡ଼ା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କୁ ଡେଙ୍ଗୁ ରୋଗ ସଂକ୍ରାନ୍ତରେ ସଚେତନ କରିବା ସହିତ ଏହାର ନିରାକରଣ ପାଇଁ ଟାଟା ଷ୍ଟିଲ ଓର, ମାଇନ୍ସ ଓ କ୍ୱାରିଜ୍ (ଓଏମ୍‌କ୍ୟୁ) ପକ୍ଷରୁ ଆଜି ଏକ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଯୋଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶି, ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍‌ଆରଡିଏସ୍‌) ଶାଖା ମୁଖ୍ୟ ତନ୍ମୟ କର, ଯୋଡ଼ା ପୌରପାଳିକା ଓ ଟିଏସ୍‌ଆରଡିଏସ୍‌ର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ପୌରପାଳିକା କାର୍ଯ୍ୟାଳୟ ପରିସରରେ ଉକ୍ତ ସଚେତନତା ଅଭିଯାନକୁ ଉଦ୍‌ଘାଟନ କରିଥିଲେ । ଏହି ଅଭିଯାନ ସ୍ଥାନୀୟ ଅଂଚଳରେ ଡେଙ୍ଗୁ ନିରାକରଣ ଉପରେ ସଚେତନତା ସୃଷ୍ଟି କରିବା ସହିତ ମ୍ୟାଲେରିଆ ଓ ଅନ୍ୟାନ୍ୟ ଜଳ ଦ୍ୱାରା ସଂକ୍ରମିତ ରୋଗକୁ ମଧ୍ୟ ରୋକିବାରେ ସହାୟକ ହେବ । ଏହି ଅଭିଯାନ ଅନ୍ତର୍ଗତ ପୌରପାଳିକା ସମେତ ୫୦ଟି ପାଶ୍ୱର୍ବର୍ତୀ ଗ୍ରାମରେ ଏକ ‘ସୂଚନା ରଥ‘ ସହାୟତାରେ ସ୍ଥାନୀୟ ଲୋକମାନଙ୍କୁ ଅଡ଼ିଓ ବାର୍ତ୍ତା ଏବଂ ସୂଚନା ପତ୍ରିକା ବଣ୍ଟନ କରାଯାଇ ଲୋକମାନଙ୍କୁ ସଚେତନ କରାଯିବ । ଏହା ବ୍ୟତୀତ ମଶା ଓ ସେମାନଙ୍କ ପ୍ରଜନନ ସ୍ଥଳୀକୁ ସମୂଳେ ଧ୍ୱଂସ କରିବା ପାଇଁ ଯୋଡ଼ା ଓ ଏହାର ପାଶ୍ୱର୍ବର୍ତୀ ଅଂଚଳରେ ଖୁବ ଶୀଘ୍ର ଫଗିଂ ଓ ଲାର୍ଭିସିଡ଼ାଲ ସ୍ପ୍ରେ କାର୍ଯ୍ୟ ଆରମ୍ଭ କରାଯିବ । ସେହିପରି ଡେଙ୍ଗୁର ପ୍ରତିଷେଧାତ୍ମକ ବ୍ୟବସ୍ଥା ଉପରେ ଲୋକମାନଙ୍କୁ ଅଧିକ ସଚେତନ କରିବା ପାଇଁ ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାର ପ୍ରମୁଖ ସ୍ଥାନଗୁଡ଼ିକରେ ହୋଡିଂ ବୋର୍ଡ଼ ମାଧ୍ୟମରେ ବାର୍ତ୍ତା ମଧ୍ୟ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.