Home କେନ୍ଦୁଝର ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ମହିଳା ସରପଂଚ, ଭଦ୍ରାସାହି ପଂଚାୟତ ୭ଦିନ ପାଇଁ ସଟଡାଉନ୍

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ମହିଳା ସରପଂଚ, ଭଦ୍ରାସାହି ପଂଚାୟତ ୭ଦିନ ପାଇଁ ସଟଡାଉନ୍

108

ବଡବିଲ, ୧୩/୦୭ (ଓଡିଆ ପୁଅ / ସୀତାରାମ ଦିକ୍ଷୀତ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅଧିନସ୍ଥ ଭଦ୍ରାସାହି ଗ୍ରାମ ପଂଚାୟତରେ ୬ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି ଏଠାକାର ମହିଳା ସରପଂଚ । ମହିଳା ସରପଂଚ କସ୍ତୁରୀ ଓରାମ୍ ଭଦ୍ରାସାହି ଗ୍ରାମ ପଂଚାୟତକୁ ୭ଦିନ ପାଇଁ ସଂପୂର୍ଣ୍ଣ ସଟଡାଉନ୍ ଘୋଷଣା କରିଛନ୍ତି । ଆସନ୍ତା ୨୦ ତାରିଖ ସକାଳ ୫ଟା ପର‌୍ୟ୍ୟନ୍ତ ସଟଡାଉନ୍ ବଳବତ୍‌ତର ରହିବ ବୋଲି ସେ ସୂଚନା ଦେଇଛନ୍ତି । ପଂଚାୟତରେ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଓ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତି ନେଇଥିବା କହିଛନ୍ତି । ସଟଡାଉନ୍ ସମୟରେ ପଂଚାୟତବାସୀ ଅଯଥାରେ ଘରୁ ନ ବାହାରିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଖକୁ ପହଁଚାଇବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ସରପଂଚ । ଗତ ୧୦ ତାରିଖରେ ଜଣେ ଓ ଆଜି ଆଉ ୫ଜଣ କରୋନା ସଂକ୍ରମିତ ଏହି ପଂଚାୟତରେ ଚିହ୍ନଟ ହେବାପରେ ପଂଚାୟତବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.